ETV Bharat / city

ବନ୍ଦ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ

ଫୁଟବଲ ପଡ଼ିଆସ୍ଥିତ ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ । ମୃତକ ଜଣକ ମିସ୍ତ୍ରୀ ଭାବେ କାମ କରୁଥିଲେ । ଅଧିକ ପଢ଼ନ୍ତୁ

ବନ୍ଦ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

author img

By

Published : Aug 1, 2022, 2:09 PM IST

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଗାଡ଼କଣ ଫୁଟବଲ ପଡ଼ିଆରେ ଥିବା ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି । ମୃତ ଯୁବକ ଜଣକ ହେଲେ ଅଣ ଓଡ଼ିଆ ଯୁବକ ଜିଣ୍ଟୁ ସେଖ୍ । ଜିଣ୍ଟୁଙ୍କ ମୃତଦେହ ଏଭଳି ବନ୍ଦ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ହେଉଛି ।

ତେବେ ପୋଲିସ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ଏହା ହତ୍ୟା ନା ଆତ୍ମହତ୍ୟା । ତେବେ ସବୁଠୁ ବଡ଼ କଥା ବନ୍ଦ ଘର ଭିତରେ ଜଣେ ମହିଳାଙ୍କ ଲୁଗାରେ ଜିଣ୍ଟୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ପରେ ପୋଲିସର ସନ୍ଦେହ ବଢ଼ିଯାଇଛି ।

ମୃତ ଯୁବକ ଜଣକ ମୁର୍ଶିଦାବାଦ ଅଞ୍ଚଳର ବୋଲି ଜଣାପଡିଛି । କିଛି ଚିହ୍ନା ପରିଚିତ ଲୋକଙ୍କୁ ଖବର ଦିଆଯାଇଛି । ଘର ଭିତରପଟୁ ବନ୍ଦ ଥିବାରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ସଦେହ କରୁଛି । ସେହି ଘରେ କେହି ମହିଳା ନଥିବା‌ବେଳେ ମହିଳା ଲୁଗାରେ କିପରି ସୁଇସାଇଡ ହେବ ସେନେଇ ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି ପୋଲିସ କହିଛି । ଏନେଇ ମଚେଶ୍ବର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.