ETV Bharat / city

ଭୁବନେଶ୍ବର ରେଳଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

author img

By

Published : Aug 14, 2021, 8:17 PM IST

ଭୁବନେଶ୍ବରରେ ରେଳ ଷ୍ଟେସନ ଓ ପୁରୀ ରେଳ ଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ଭୁବନେଶ୍ବର: ସ୍ବାଧୀନତାର 75 ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ 'ଆତ୍ମନିର୍ଭର ଭାରତ'ର ପ୍ରତୀକ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ଭୁବନେଶ୍ବର ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ (KVIC) ଓ ଭାରତ ସରକାରଙ୍କ ସହଯୋଗରେ ଷ୍ଟଲଗୁଡିକ ସ୍ଥାପିତ କରାଯାଇଛି । ସେହିପରି ଆଉ ଗୋଟିଏ ସମାନ ଷ୍ଟଲ ପୁରୀ ରେଳ ଷ୍ଟେସନରେ ସ୍ଥାପନ କରାଯିବ ବୋଲି ମିଳିଛି ସୂଚନା ।

ଭାରତର ସ୍ଵାଧୀନତାର 75 ବର୍ଷକୁ ସ୍ମରଣୀୟ କରିବା ପାଇଁ 'ଆଜାଦୀ କା ଅମୃତ ମହୋତ୍ସବ' 15 ଅଗଷ୍ଟ 2021ରୁ 15 ଅଗଷ୍ଟ 2022 ପର୍ଯ୍ୟନ୍ତ ଭାରତୀୟ ରେଳବାଇ ଦ୍ବାରା ଏକ ବର୍ଷ ପୂର୍ତ୍ତି ଉତ୍ସବ ଧାର୍ଯ୍ୟ କରାଯାଇଛି । ଏହି ଉତ୍ସବର ଏକ ଅଂଶ ଭାବରେ ସମଗ୍ର ଭାରତୀୟ ରେଳରେ 75 ଷ୍ଟେସନରେ ହସ୍ତତନ୍ତ, ଖଦିର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ 'ଆତ୍ମନିର୍ଭର ଭାରତ'ର ପ୍ରତୀକ ଭାବରେ ଖୋଲିବା ପାଇଁ ଚିହ୍ନିତ ହୋଇଛି । ଏହି ଉତ୍ସବରେ ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ, ଖଦିର ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍, ଖଦି ଏବଂ ଭିଲେଜ୍ ଇଣ୍ଡଷ୍ଟ୍ରି କମିଶନ (କେଭିଆଇସି) ଓ ଭାରତ ସରକାରଙ୍କ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହାୟତାରେ ସ୍ଥାପିତ ହୋଇଛି।

ଏହି ଷ୍ଟଲଗୁଡିକରେ ପ୍ରଦର୍ଶନୀ ତଥା ବିକ୍ରୟ ପାଇଁ ଖଦି ଏବଂ ହସ୍ତତନ୍ତର ବିଭିନ୍ନ ପୋଷାକ ରହିବ ଏବଂ ଆଜିଠାରୁ ଅଗଷ୍ଟ 22 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଭୁବନେଶ୍ବର ଷ୍ଟେସନ ନିର୍ଦ୍ଦେଶକ ସି. ଆର୍. ନାୟକ, କେଭିଆଇସି ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ହସ୍ତତନ୍ତ ଖଦି ପ୍ରଦର୍ଶନୀ ଓ ବିକ୍ରୟ ଷ୍ଟଲ୍ ଉଦଘାଟିତ ହୋଇଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.