ETV Bharat / city

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ, ଲେଡି ଦଲାଲ ସହ ଅଭିଯୋଗକାରିଣୀ ଗିରଫ

ପଳାଶପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ଯୌନ ଶୋଷଣ ଘଟଣା। କଟକରୁ ଲେଡି ଦଲାଲ ସହ ଅଭିଯୋଗକାରିଣୀ ଗିରଫ। ଅଧିକ ପଢନ୍ତୁ...

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ
ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ
author img

By

Published : Feb 7, 2021, 6:10 PM IST

Updated : Feb 7, 2021, 7:31 PM IST

ଭୁବନେଶ୍ବର: ପଳାଶପଲ୍ଲୀ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ଯୌନ ଶୋଷଣ ଘଟଣା। କଟକରୁ ଲେଡି ଦଲାଲ ସହ ଅଭିଯୋଗକାରିଣୀ ଗିରଫ।

ଘଟଣାରେ ଅଭିଯୋଗ ଆଣିଥିବା ସଂଯୁକ୍ତା ମେହେର ସହ ଦେହ ଦଲାଲ ଲୁଲୁ, ସେହି ଅନୁଷ୍ଠାନର କର୍ମଚାରୀ ରାକେଶ ଷଡଙ୍ଗୀ, ସରକାରୀ କର୍ମଚାରୀ ତଥା ଭିନ୍ନକ୍ଷମ ବିଭାଗର ଡିଏସଏସ ଅଫିସର କ୍ଲର୍କ ସଂଗ୍ରାମ ଦାସକୁ ଗିରଫ କରିଛନ୍ତି ଏୟାରପୋର୍ଟ ଥାନା ପୋଲିସ ।

ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ

ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହରା ସହ ଉକ୍ତ ଅନୁଷ୍ଠାନର ପ୍ରଶକ୍ଷିକା ମଧୁ ମଞ୍ଜରୀ ଗିରଫ କରିଥିଲା କମିଶନରେଟ ପୋଲିସ । ରବିବାର ଗିରଫ ହୋଇଥିବା ଲେଡି ଦଲାଲଠୁ ଲୁଲୁ ଦଲାଲ ଜରିଆରେ ଯୁବତୀ ଆଣି ଭିନ୍ନକ୍ଷମ ମହାସଙ୍ଘରେ ସେକ୍ସ କାରବାର କରାଇଥିଲେ ସୁରେଶ ଏବଂ ଡିଏସଏସଓର କ୍ଲର୍କ ସଂଗ୍ରାମ ଦାସ। ଯାହାକୁ ସହଯୋଗ କରିଥିଲେ ରାକେଶ ଷଡଙ୍ଗୀ।

ଏବଂ ସମସ୍ତ ଘଟଣା ଅଭିଯୋଗକାରିଣୀର ସହାୟତାରେ ହୋଇଥିଲା । ଯାହାର ଭିଡିଓ ନିଜେ ଭାଇରାଲ କରିଥିଲେ ଅଭିଯୋଗକାରିଣୀ ସଂଯୁକ୍ତା ମେହେର। ପରେ ପଇସା ପତ୍ର କାରବାର ସମସ୍ୟା ଓ ଯୌନ ଶୋଷଣ କରୁଥିବା ଅଭିଯୋଗ ଆଣି ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ପରେ ଏହି ମାମଲାରେ ଅଭିଯୋଗକାରିଣୀ ସମେତ ମୋଟ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 7, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.