ETV Bharat / city

ହଟୁଛି କଟକଣା, ଚଳଚଞ୍ଚଳ ହେଉଛି ସରକାରୀ କାର୍ଯ୍ୟାଳୟ - ହଟୁଛି କଟକଣା

କୋରୋନା ମହାମାରୀ ଭୟବହତାକୁ ସମସ୍ତେ ଅଙ୍ଗେ ନିଭେଇବା ପରେ କୋରୋନା ସହିତ ମିଶି ବଞ୍ଚିବାକୁ ପଡିବ ଏକଥା ବୁଝିଲେଣି । ସରକାରୀ ସ୍ତରରେ ମଧ୍ୟ ଧିରେଧିରେ କଟକଣା ହଟିଲାଣି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଲାଣି ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟଳୟ । ଅଧିକ ପଢନ୍ତୁ..

govt-office-resume-work
govt-office-resume-work
author img

By

Published : May 26, 2020, 12:22 PM IST

ଭୁବନେଶ୍ବର: କୋରୋନା ହାରିବ ଓଡ଼ିଶା ଜିତିବ । ଏହି ଗୁରୁମନ୍ତ୍ରକୁ ସମସ୍ତ ଆପଣେଇଲେଣି । କୋରୋନା ମହାମାରୀ ଭୟବହତାକୁ ସମସ୍ତେ ଅଙ୍ଗେ ନିଭେଇବା ପରେ କୋରୋନା ସହିତ ମିଶି ବଞ୍ଚିବାକୁ ପଡିବ ଏକଥା ବୁଝିଲେଣି । ସରକାରୀ ସ୍ତରରେ ମଧ୍ୟ ଧିରେଧିରେ କଟକଣା ହଟିଲାଣି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିଲାଣି ଜିଲ୍ଲା ଓ ରାଜ୍ୟ ସ୍ତରୀୟ କାର୍ଯ୍ୟଳୟ । ମାସ୍କ, ସାନିଟାଇଜର୍ ସହ ସାମାଜିକ ଦୂରତାକୁ ସୁରକ୍ଷାର ମନ୍ତ୍ରର ଧରିନେଲେଣି । ସଚେତନତା ଓ ସଂଜମତା ଜରିଆରେ ହିଁଁ କୋରୋନା ସହିତ ସାଲିସ ବିହିନ ଲଢେଇ କରିବା ସହ ଦୈନଦିନ ଅଫିସ କାର୍ଯ୍ୟ ଆଗେଇବା ପାଇଁ ଆରମ୍ଭ ହୋଇସାରିଛି ପ୍ରକ୍ରିୟା ।

ହଟୁଛି କଟକଣା, ଚଳଚଞ୍ଚଳ ହେଉଛି ସରକାରୀ କାର୍ଯ୍ୟାଳୟ
ସୂଚନା ଅନୁସାରେ ରାଜ୍ୟରେ ସରକାରୀ କର୍ମଚାରୀମାନେ ଅଫିସ ଆସିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର । ରାଜ୍ୟ ସରକାର ବିଭିନ୍ନ ବିଭାଗଗୁଡ଼ିକୁ ପୂର୍ବରୁ ଦୁଇଟି ବର୍ଗ- କ୍ରିଟିକାଲ (ଅତ୍ୟାବଶ୍ୟକ) ଓ ପାର୍ସିଆଲି କ୍ରିଟିକାଲ (ଆଂଶିକ ଅତ୍ୟାବଶ୍ୟକ) ରେ ବିଭକ୍ତ କରିଥିଲେ । ପ୍ରଥମେ ରାଜ୍ୟ ସରକାରଙ୍କ ଜରୁରୀ ତାଲିକାରେ ଥିବା ୧୫ଟି ବିଭାଗର ୫୦ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ ଆସି କାର୍ଯ୍ୟ କରିବା ନେଇ ନିର୍ଦ୍ଦେଶ ରହିଥିଲା । ଏହିସବୁ ବିଭାଗ ଗୁଡିକ ମଧ୍ୟରେ ରହିଛି କୃଷି ଓ କୃଷକ କଲ୍ୟାଣ ବିଭାଗ, ବାଣିଜ୍ୟ ଓ ପରିବହନ, ସମବାୟ, ଅବକାରୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ , ଅର୍ଥ , ଖାଦ୍ୟ ଯ଼ୋଗାଣ ଓ ଖାଉଟି କଲ୍ୟାଣ ବିଭାଗ , ସାଧାରଣ ପ୍ରଶାସନ ଓ ପେନସନ ଅଭିଯ଼ୋଗ, ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶ୍ରମ ଓ ଇଏସଆଇ , ପଞ୍ଚାୟତିରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ଇସ୍ପାତ ଓ ଖଣି ବିଭାଗ । ଏହି ୧୫ଟି ଜରୁରୀ ବିଭାଗକୁ ବାଦ ଦେଲେ ଅନ୍ୟ ସମସ୍ତ ବିଭାଗ ସାମାନ୍ୟ ଜରୁରୀ ବିଭାଗ ତାଲିକାରେ ରଖାଯାଇଥିଲା । ଏହିସବୁ ବିଭାଗର ୩୦ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ ଅଫିସ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଅଫିସ ନଆସିବେ ସେମାନେ ଘରେ ରହି କାମ କରିବାକୁ କୁହାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ନିୟମକୁ ପରିବର୍ତ୍ତନ କରିଥିଲେ ରାଜ୍ୟ ସରକାର । ଏବେ ଶତ ପ୍ରତିଶତ ସରକାରୀ କର୍ମଚାରୀ ଯୋଗଦାନ କରିବା ସହ ସରକାରଙ୍କ ସମସ୍ତ କୋରୋନା ଗାଇଡ୍ ଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସମସ୍ତ ସରକାରୀ ବିଭାଗ ଓ ଏହାର ଅଧସ୍ଥନ ଅଫିସ୍‌’ର କର୍ମଚାରୀ ଅଫିସ୍‌ ଆସିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଲୋକସେବା ଭବନର ସମସ୍ତ କର୍ମଚାରୀ ଏବେ ନିୟମିତ କାର୍ଯ୍ୟାଳୟ ଆସିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରିବେ । ଏହାସହ ଯେଉଁ କର୍ମଚାରୀଙ୍କର ସର୍ଦ୍ଦି, ଜ୍ୱର ବା କାଶ ହେଉଥିବ ସେମାନେ ଅଫିସ୍ ଆସିବେ ନାହିଁ । ସେହିପରି କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ନିଷିଦ୍ଧାଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଅଫିସ୍ ଆସିବେ ନାହିଁ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେବାକୁ ହେବ । ସମସ୍ତ ଅଫିସ୍‌ କର୍ତ୍ତୃପକ୍ଷ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ । ଯଦି ଅଫିସ୍‌ ସ୍ଥାନ କମ୍‌ ଥିବ, ତାହେଲେ ରୋଷ୍ଟର୍‌ ବେସିସ୍‌ରେ କର୍ମଚାରୀଙ୍କୁ ଡାକିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଗୁରୁତ୍ୱ ଦେଇ କର୍ତ୍ତୃପକ୍ଷମାନେ ପଦକ୍ଷେପ ନେବେ ବୋଲି ନିର୍ଦ୍ଦେଶ ନାମାରେ କୁହାଯାଇଛି ।ହେଲେ ଲକଡାଉନ କଟକଣା ସମୟରେ ସରକାରୀ କର୍ମଚାରୀ ମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା କହିଛନ୍ତି । କିଏ ନିଜ ବାଇକ୍, କିମ୍ବା ସାଇକେଲରେ ଆସିଥିଲେ ତ କେହି କେହି ନିଜ ପରିବାର ଲୋକଙ୍କ ସହାୟତାରେ ଅଫିସରେ ଯୋଗଦେଇଥିଲେ । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ -ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ବସର ମଧ୍ୟ ବ୍ଯବସ୍ଥା କରାଯାଇଥିଲା । ହେଲେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି ଯେ ,ଖୁବଶୀଘ୍ର ବସ୍ ସେବା ଆରମ୍ଭ ହେଲେ ଏହି ଅସୁବିଧା ଦୂର ହେବ ।ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.