ETV Bharat / city

ଆରମ୍ଭ ହେବ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ, ଆସନ୍ତା 1ରୁ ମାଛଧରା ଉପରେ କଟକଣା - Olive Ridley Turtle

ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ଉପକୂଳରେ ମାଛଧରା କଟକଣା ଜାରି କଲେ ସରକାର । ମୋଟର ଚାଳିତ ବୋଟ ଓ ଟ୍ରଲରରେ ମାଛ ଧରିବା ପାଇଁ ନିର୍ଦ୍ଧାରିତ ହେଲା ସୀମା । ଅଧିକ ପଢନ୍ତୁ...

ଆରମ୍ଭ ହେବା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ଋତୁ , ଉପକୂଳରେ ଜାରି ହେଲା ମାଛଧରା କଟକଣା

author img

By

Published : Oct 27, 2021, 7:36 AM IST

ଭୁବନେଶ୍ବର: ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହେଉଥିବାରୁ ଆସନ୍ତା ନଭେମ୍ବର ୧ରୁ ଆରମ୍ଭ ଆସନ୍ତାବର୍ଷ ମେ ମାସ ୩୧ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦ କି.ମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳ ମଧ୍ୟରେ ମାଛମରା ନିଷେଧ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯନ୍ତ୍ରଚାଳିତ ଡ଼ଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମାରିବାକୁ ବାରଣ କରାଯାଇଛି । ବିନା ମୋଟର ବୋଟରେ ପାରମ୍ପରିକ ଢ଼ଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଡ଼ି.ଆର.ଡ଼ି.ଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତ୍ତୃପକ୍ଷମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ଅନୁପାଳନ କରିବା ସହ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମି ବ୍ୟବହାରକୁ ଏଡାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତୀବ୍ର ଆଲୋକ ରଶ୍ମି ବିରଳ ଅଲିଭ ରିଡ୍‌ଲେଙ୍କ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଥିବାରୁ ଆଲୋକ ରଶ୍ମି ନିୟନ୍ତ୍ରିତ କରିବାକୁ କୁହାଯାଇଛି । ମିଳିତ ଅପରେସନ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଶାସନ ସଚିବ ଆର୍.ରଘୁ ପ୍ରସାଦ କହିଛନ୍ତି ଯେ, ଇତି ମଧ୍ୟରେ ମତ୍ସ୍ୟଜୀବୀ ଏବଂ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ମାଧ୍ୟମରେ ମତ୍ସ୍ୟଜୀବୀମାନେ ମାଛମରା ନିଷିଦ୍ଧ ଅଞ୍ଚଳର ନିର୍ଦ୍ଧାରିତ ସୀମା ଦେଖ୍ ପାରିବେ । ନିଷିଦ୍ଧ ଅଞ୍ଚଳକୁ ପଶିବା ସଙ୍ଗେ ସଙ୍ଗେ ସେମାନେ ଗୋଟିଏ ଆଲର୍ଟ ମେସେଜ୍ ପାଇବେ । ଏହି ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍ କରି ବୋଟ୍ ଗୁଡିକରେ ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ସଂରକ୍ଷଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.