ETV Bharat / city

ସମନ୍ୱିତ କୃଷି ପଦ୍ଧତିର ବ୍ୟବହାରରେ ହାସଲ ହୋଇପାରିବ ଧାର୍ଯ୍ୟ ଲକ୍ଷ୍ୟ: କୃଷି ମନ୍ତ୍ରୀ

author img

By

Published : Oct 7, 2021, 10:30 PM IST

ସମନ୍ବିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ କହିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଅଧିକ ପଢନ୍ତୁ...

goal can be achieved through use of integrated farming methods: Minister of Agriculture
ସମନ୍ୱିତ କୃଷି ପଦ୍ଧତିର ବ୍ୟବହାରରେ ହାସଲ ହୋଇପାରିବ ଧାର୍ଯ୍ୟ ଲକ୍ଷ୍ୟ: କୃଷି ମନ୍ତ୍ରୀ

ଭୁବନେଶ୍ବର: ସମନ୍ବିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ । ଏହା କହିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ରାଜ୍ୟ କୃଷି ଭବନରେ ଓସ୍ବାନ୍‌ ମାଧ୍ୟମରେ ଅନୁଷ୍ଠିତ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହା କହିଛନ୍ତି ।

ସମନ୍ବିତ କୃଷି ପଦ୍ଧତି ମାଧ୍ୟମରେ ହିଁ କୃଷିର ବିବିଧିକରଣ ସମ୍ଭବ ହୋଇପାରିବ । ସମନ୍ବିତ କୃଷିର ମୂଳଦୁଆ ଭାବେ ରବି ଫସଲକୁ ମନ୍ତ୍ରୀ ଅଭିହିତ କରିଛନ୍ତି । ଧାନ ଉତ୍ପାଦନରେ ଓଡ଼ିଶା ଦେଶର ଚତୁର୍ଥ ବୃହତ୍‌ ଓ ଧାନ ବଳକା ରାଜ୍ୟ ଭାବେ ମାନ୍ୟତାପ୍ରାପ୍ତ । କିନ୍ତୁ ଧାନଚାଷରେ ଚାଷୀ ବିଶେଷ ଲାଭବାନ ହୋଇପାରୁନାହିଁ । ତେଣୁ କୃଷିର ବିବିଧିକରଣ, ବିଶେଷ କରି ରବି ଫସଲ ମାଧ୍ୟମରେ କୃଷକମାନେ ଲାଭଜନକ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ୨୦୨୧-୨୨ ରବି ଋତୁରେ ୨.୭୦ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରି ୯.୫୩ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଧାନର ଉତ୍ପାଦକତା ହେକ୍ଟର ପ୍ରତି ୩୫.୩ କ୍ବିଣ୍ଟାଲକୁ ବୃଦ୍ଧି କରାଯିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ରବି ଋତୁରେ ୪୦ ହଜାର ହେକ୍ଟର ଜମିରେ ମକା ଏବଂ ପ୍ରାୟ ୫ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଓଡ଼ିଶା ମିଲେଟ୍‌ ମିଶନ ଯୋଜନା ମାଧ୍ୟମରେ ରାଜ୍ୟରେ ମକା ଓ ମାଣ୍ଡିଆ ଉତ୍ପାଦନ ଓ ଉତ୍ପାଦକତାକୁ ବଢ଼ାଇବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଆଞ୍ଚଳିକ ବିଶେଷତାକୁ ଧ୍ୟାନରେ ରଖି ବିବିଧ ଚାଷ କରାଗଲେ ଉତ୍ପାଦନ ବଢ଼ିବା ସହିତ ଚାଷୀ ଲାଭବାନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ମୁଗ, ବିରି, ହରଡ଼ ଆଦି ଡାଲିଜାତୀୟ ଫସଲକୁ ଆମେ ଢିପ ଜମି, ଧାନ ପରବର୍ତ୍ତୀ ଖାଲି ଜମି ଏବଂ ଜମି ହୁଡ଼ାରେ ଚାଷ କରିପାରିବା । କଦଳୀ ଚାହିଦାକୁ ମେଣ୍ଟାଇବାକୁ ହେଲେ ଆମକୁ ବୌଦ୍ଧ, ଫୁଲବାଣୀ ପରି ଜିଲ୍ଲାରେ ଏହାକୁ ଅଧିକ ଚାଷ କରିବାକୁ ପଡ଼ିବ । ଚାଷୀର ଲାଭକୁ ଦ୍ବିଗୁଣିତ ଏବଂ ବହୁଗୁଣିତ କରିବାକୁ ହେଲେ ବ୍ୟବସାୟଭିତ୍ତିକ କୃଷି କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ର ପ୍ରାରମ୍ଭିକ ଅଭିଭାଷଣରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଡକ୍ଟର ଏମ୍‌. ମୁଥୁକୁମାର ଅଭିଯାନର ଉଦ୍ଦେଶ୍ୟ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣର ପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କୃଷକମାନଙ୍କର ଆୟ ବୃଦ୍ଧି ଉପରେ ଗୁରୁତ୍ବ ଦେଇଥିଲେ । ଏଥିସହ ସେ ନିବେଶ ଯୋଗାଣ ଯଥା-ବିହନ, ସାର ତଥା କୀଟନାଶକ ଆଦିର ସମୟଭିତ୍ତିକ ଯୋଗାଣ ଉପରେ ଜିଲ୍ଲାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କୃଷକ କଲ୍ୟାଣ ଯୋଜନାରେ ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖୋଳାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ମାଛ ଚାଷ ପାଇଁ ସାହାଯ୍ୟ ରାଶି, ବତକ ଚିଆଁ ଯୋଗାଣ, ପନିପରିବା ଚାଷ, ତୈଳବୀଜ ଫସଲ, ଡାଲିଜାତୀୟ ଫସଲ ଇତ୍ୟାଦି ପାଇଁ ବିହନ ପୁଡ଼ିଆ ଚାଷୀଭାଇ ଓ ଭଉଣୀଙ୍କୁ ଯୋଗାଇ ଦିଆଯିବ । ଏହି ସମନ୍ବିତ କୃଷି ମାଧ୍ୟମରେ ଚାଷୀଭାଇମାନଙ୍କ ଆୟ ଦ୍ବିଗୁଣିତ ବା ବହୁଗୁଣିତ ହୋଇପାରିବ ।

୨୦୨୧-୨୨ ରବି ଋତୁରେ ୪.୨୬ ଲକ୍ଷ ହେକ୍ଟର ଜମିରୁ ୪.୯୮ ଲକ୍ଷ ମେଟ୍ରିକ ଟନ୍‌ ତୈଳବୀଜ ଫସଲ, ୩୦ ହଜାର ହେକ୍ଟର ଜମିରୁ ୨୨.୬୫ ଲକ୍ଷ ମେଟ୍ରିକ ଟନ ଆଖୁ ଅମଳ ଲକ୍ଷ୍ୟ ରଖା ଯାଇଛି । ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଶଙ୍କର ଜାତୀୟ ପନିପରିବା ଚାଷ ୭୫୦୦ ହେକ୍ଟର, ଟିସ୍ୟୁ କଲଚର କଦଳୀ ଚାଷ ୨୦୦ ହେକ୍ଟର, ଅମୃତଭଣ୍ଡା ଚାଷ ୧୦୦ ହେକ୍ଟର କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାରର ପ୍ରୋତ୍ସାହନ, ବୈଷୟିକ ତଥା ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇ ଦେଉଛନ୍ତି । ଏହି ଅଭିଯାନରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ କୃଷି ପୋଖରୀର ଉନ୍ନତିକରଣ, ବ୍ୟବସାୟିକ ମତ୍ସ୍ୟଚାଷ, ମତ୍ସ୍ୟ ପୋଖରୀ ଯୋଜନା ଉପରେ ଗୁରୁତାରୋପ କରିଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ଡ. ପବନ୍‌ କୁମାର ଅଗ୍ରୱାଲ ଯୋଗଦେଇ ଉତ୍ପାଦନର ବଜାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସେ ଆହୁରି ମଧ୍ୟ ନୂତନ କିଶମ ବିହନ ଯୋଗାଣର ବ୍ୟବସ୍ଥା ଉପରେ ଜୋର ଦେଇଥିଲେ ।

ଆଗାମୀ ଦିନରେ ବିଭିନ୍ନ ବର୍ଗରେ ୧୫ଟି ନୂଆ କିଶମର ବିହନ ବିଶ୍ବବିଦ୍ୟାଳୟ ତରଫରୁ ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଳୁ, ପିଆଜ, ଫୁଲକୋବି, ବନ୍ଧାକୋବି, ଟମାଟୋ ଆଦି ୫ଟି ପରିବା ଚାଷରେ ସ୍ବାବଲମ୍ବୀ ହେବାର ସୂତ୍ର ବତାଇଛନ୍ତି । ମତ୍ସ୍ୟ ବିଭାଗ ନିର୍ଦ୍ଦେଶ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ କୃଷି ପୋଖରୀ, କୃଷି ପୋଖରୀର ଉନ୍ନତିକରଣ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି । ଶେଷରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଓସ୍ବାନ୍‌ ମାଧ୍ୟମରେ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.