ETV Bharat / city

ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ - ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ

ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଖୁବଶୀଘ୍ର କରାଯିବ ଜେନେଟିକ ଷ୍ଟଡି । ଏନେଇ ସୂଚନା ଦେଲେ ନନ୍ଦନକାନନ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ, ଖୁବଶୀଘ୍ର ବାଘର ହେବ ଜେନେଟିକ ଷ୍ଟଡି

author img

By

Published : Jul 29, 2022, 10:46 PM IST

ଭୁବନେଶ୍ବର : ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏନେଇ ଖୁବଶୀଘ୍ର କରାଯିବ ଜେନେଟିକ ଷ୍ଟଡି । ବେଙ୍ଗାଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି କରାଯିବ ଜେନେଟିକ ଷ୍ଟଡି ବୋଲି କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।

ରାଜ୍ୟରେ ବାଘ ସଙ୍କଟ ଦୂର କରିବ ନନ୍ଦନକାନନ, ଖୁବଶୀଘ୍ର ବାଘର ହେବ ଜେନେଟିକ ଷ୍ଟଡି

ନନ୍ଦନକାନନରେ ଦିନକୁ ଦିନ ଲୋପ ପାଉଛି ଧଳା ବାଘ ବଂଶ । ଧଳା ବାଘ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଧଳା ବାଘଙ୍କ ସ୍ଥିତି ସଙ୍ଗିନ ରହିଛି । ତଥ୍ୟ ଅନୁସାରେ 2000 ରେ ଏଠାରେ 34 ଟି ଧଳା ବାଘ ଥିବା ବେଳେ ଏବେ ସଂଖ୍ୟା ହ୍ରାସ ପାଇ 7 ରେ ପହଞ୍ଚିଛି । ଦିନ ଆସିବ ପ୍ରାଣୀ ଉଦ୍ୟାନରେ ଧଳାବାଘ ଦେଖିବା ସ୍ବପ୍ନ ପାଲଟି ଯିବ ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ନନ୍ଦନକାନନରେ 26 ଟି ବାଘ ଅଛନ୍ତି । ସେଥିମଧ୍ୟରୁ 7ଟି ଧଳା ବାଘ,16 ଟି ସାଧାରଣ ବାଘ ଏବଂ 3ଟି କଳା ବାଘ ରହିଛନ୍ତି । ଅନ୍ୟପଟେ ବିଶ୍ବ ବ୍ୟାଘ୍ର ଦିବସ ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା, ଦସ୍ତଖତ ଅଭିଯାନ କରାଯାଇ ସଚେତନ କରାଯାଇଛି । ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଓଡିଶା ପରିମଣ୍ଡଳ ଦ୍ବାରା ସ୍ବତନ୍ତ୍ର କଭର ଉପରେ ନନ୍ଦନକାନନ ବାଘ ଷ୍ଟାମ୍ପ ଉନ୍ମୋଚିନ କରାଯାଇଛି।

ଅନ୍ୟପଟେ ରାଜ୍ୟରେ ବାଘ ସଙ୍କଟ ଦୂର କରିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏନେଇ ଖୁବଶୀଘ୍ର ନୂଆ ଷ୍ଟଡ଼ି ହେବ । ଚିଡ଼ିଆଖାନାରେ ଜନ୍ମିତ ବାଘକୁ ରିଓ୍ବାଇଲଡିଙ୍ଗ କରି ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରାଯାଉଛି । ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଫର ବାୟୋଲଜିକାଲ ସାଇନ୍ସେସ ସହ ମିଶି ଷ୍ଟଡ଼ି କରିବ ନନ୍ଦନକାନନ । ଏଥିରେ ଚିଡ଼ିଆଖାନା ବାଘଗୁଡିକର ଜେନେଟିକ ଷ୍ଟଡ଼ି କରାଯିବ । ଏହାପରେ ଚାହିଦା ମୁତାବକ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ରାଜ୍ୟର ଜଙ୍ଗଲକୁ ଛଡାଯିବ । ଯାହା ଦ୍ବାରା ରାଜ୍ୟରେ ଥିବା ବାଘ ସଙ୍କଟ ଦୂର କରାଯାଇପାରିବ ବୋଲି କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।

ପ୍ରତିବର୍ଷ ଜୁଲାଇ 29କୁ ସାରା ବିଶ୍ବରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଏ । ବାଘର ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କୁ ବିଲୁପ୍ତ ହେବାରୁ ରକ୍ଷା କରିବାକୁ ଉଦ୍ୟମ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.