ଭୁବନେଶ୍ବର: ଓଡିଶା ଦେଇ ଉତ୍ତରପ୍ରଦେଶ ଯାଉଥିଲା ଚୋରା ଗଞ୍ଜେଇ । କୋରାପୁଟ ଜିଲ୍ଲା ଜୟପୁର ରାସ୍ତା ଦେଇ ଯିବା ବେଳେ ସୁରାକ ପାଇଲା ଏସଟିଏଫ ଟିମ । ଖାଲି ଟ୍ରକର ତେଲ ଟାଙ୍କିରେ ବୋଝେଇ ହୋଇଥିଲା ଗଞ୍ଜେଇ । ପୋଲିସ ଚେକିଂରୁ ବର୍ତ୍ତିବାକୁ ଟ୍ରକରେ ହୋଇଥିଲା ସେଟିଂ । ଏନେଇ ଏସଟିଏଫ ସୁରାକ ପାଇ ଚେକିଂ ବେଳେ ଧରାପଡିଥିଲା ଗଞ୍ଜେଇ ।
![ଟ୍ରକ ତେଲ ଟାଙ୍କିରେ ଗଞ୍ଜେଇ ଚାଲାଣ, ଏସଟିଏଫ ହାତରେ ୟୁପି ଟ୍ରକ](https://etvbharatimages.akamaized.net/etvbharat/prod-images/od-bbs-03-ganja-seized-avo-7203832_21062020201555_2106f_1592750755_56.jpg)
୫୪ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ ଟିମ । ତେବେ UP-21-CN-5646ନମ୍ବର ଥିବା ଟ୍ରକ ଜବତ କରିବା ସହ ଅଭିଯୁକ୍ତ ଉତ୍ତରପ୍ରଦେଶର ମୋରଦାବାଦ ଅଞ୍ଚଳର ମହମ୍ମଦ ଆଲମକୁ ଗିରଫ କରିଛି ଏସଟିଏଫ ଟିମ । ଏନେଇ କୋରାପୁଟ ସଦର ଥାନାରେ କେସ୍ ନମ୍ବର ୭୨ରେ ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଲକଡାଉନ ଯୋଗୁଁ ନିଶାଡିଙ୍କ ଡିମାଣ୍ଡ ଦେଖି ଗଞ୍ଜେଇ ଚାଲାଣ କରୁଛନ୍ତି ଅସାଧୁ ବ୍ୟବସାୟୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ