ETV Bharat / city

ରାଜଧାନୀରେ ପୂଜା ପାଉଛନ୍ତି ଅଗ୍ର ଦେବତା ଗଜାନନ - ଗଜାନନଙ୍କ ପୂଜାର୍ଚ୍ଚନା

ଧୂମଧାମରେ ଚାଲିଛି ବିଘ୍ନ ବିନାଶଙ୍କ ପୂଜା । ବିଦ୍ୟାଦାତାଙ୍କ ମନ୍ତ୍ରରେ ସମଗ୍ର ଭୁବନେଶ୍ବରରେ ଭକ୍ତିମୟ ପରିବେଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 2, 2019, 5:23 PM IST

ଭୁବନେଶ୍ବର: ସାରା ଦେଶରେ ଚାଲିଛି ଧୂମଧାମରେ ଅଗ୍ରଦେବତା ଗଜାନନଙ୍କ ପୂଜାର୍ଚ୍ଚନା । ଏହି କ୍ରମରେ ରାଜଧାନୀ ଭୁବନେଶ୍ବରର ସମସ୍ତ ସ୍କୁଲ, କଲେଜ ଏବଂ ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ବେଶ ଆଡମ୍ବରରେ ପାଳିତ ହେଉଛି ପାର୍ବତୀ ନନ୍ଦନଙ୍କ ପୂଜା । କେଉଁଠି ବିଶାଳ ବିଗ୍ରହ ପୂଜା ପାଉଛନ୍ତି ତ କେଉଁଠି ଶାମୁକା, ଓ ଧାନ, ମୁଗରେ ତିଆରି ବିଗ୍ରହ ଧରାବତରଣ କରିଛନ୍ତି । ସହିଦ ନଗରରେ ଭଗବାନ ନାରାୟଣଙ୍କ ଅବତାର ବିନାୟକ ପୂଜା ପାଉଛନ୍ତି । ବଡଗଡରେ ସବୁଠୁ ବିଶାଳ ପ୍ରାୟ 50 ଫୁଟ ଉଚ୍ଚର ବିଗ୍ରହ ପୂଜା ପାଉଛନ୍ତି ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ଏହା ସହ ସାତଦିନ ଧରି ରାଜଧାନୀର ସମସ୍ତ ପୂଜା ମଣ୍ଡପରେ ଦର୍ଶନ ଦେବେ ଗଜାନନ । ଭକ୍ତଙ୍କ ଦର୍ଶନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେତେକ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପାର୍ବତୀ ନନ୍ଦନ ଶିବ ତନୟ ବିଦ୍ୟାଦାତା ଗଣେଶଙ୍କ ଆଜି ପବିତ୍ର ଜୟନ୍ତୀ।ଯାହାକୁ ସାରା ବିଶ୍ୱରେ ବୁଦ୍ଧିର ଦେବତା ଭାବେ ପାଳନ କରାଯାଉ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପାଳନ କରାଜୁଥିବା ଦେଖିବାକୁ ମିଳୁଛି।

Body:ଭୁବନେଶ୍ୱରର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହା ପାଳନ କରାଯାଉଥିବା ବେଳେ ବିଭିନ୍ନ ବାଣିଜ୍ୟ ବ୍ୟବସାୟ ଅନୁଷ୍ଠାନ ,କ୍ଲବ ,ସାହି ବସ୍ତି ଏପରିକି ଲୋକମାନେ ନିଜ ନିଜ ଘରେ ଏହି ପୂଜା ର ଆୟୋଜନ କରୁଥିବା ଦେଖାଯାଇଛି।ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ବିଭିନ୍ନ ପ୍ରକାର ର ଗଜାନନ ଯଥା କେଉଁଠି ବିଶ୍ଵରୂପ ତ କେଉଁଠି ଲାଲ ବାଗ ,ଆଉ କେଉଁଠି ଭବ ବିଶ୍ୱ ଅବତାର ତ କେଉଁଠି କାଇଞ୍ଚ ,ଶାମୁକା ,ଧାନ ମୁଗ ରେ ଗଣେଶଙ୍କ ବିଗ୍ରହ ପୂଜା ପାଉଥିବ ଦେଖିବାକୁ ମିଳିଛି।ଆହୁରି ମଧ୍ୟ ଭୁବନେଶ୍ୱର ର ଦୁଇ ସ୍ଥାନ ରେ ବଡ଼ ଗଣେଶ ବିଗ୍ରହ ଯଥା ସହିଦ ନଗର ଉଇନର କ୍ଲବ ପକ୍ଷରୁ 46 ଫୁଟ ଉଚ୍ଚତାର ହୋଇଥିବା ବେଳେ ବରଗଡ଼ ରେ ସବୁଠୁ ବଡ଼ 50 ଫୁଟ ଉଚ୍ଚ ର ମୂର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି।ଯାହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ପହଁଚି ଦର୍ଶନ କରିବା ସହିତ ଠାକୁରଙ୍କ ସହିତ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି।ଏଥିପାଇଁ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ମାନ ନିର୍ମିତ ହୋଇଥିବା ବେଳେ ଆୟୋଜକମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡିଛି।ଅନେକ ସ୍ଥାନରେ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା ସହିତ ଆରତୀ ର ମଧ୍ୟ ବ୍ୟବସ୍ଥା ସହ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।
ବାଇଟ-ପୂଜା ପେଣ୍ଡାଲ କର୍ମ କର୍ତା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.