ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଚିଠି । ମହାରାଷ୍ଟ୍ର, ଛତିଶଗଡ଼ ଓ ଦିଲ୍ଲୀ ଭଳି ଓଡ଼ିଶାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ସମ୍ବିଧାନର ମୁଖବନ୍ଧକୁ ପଢିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଶ୍ରୀକାନ୍ତ ।
ଆସନ୍ତା ଜାନୁୟାରୀ 26 ସାଧାରଣତନ୍ତ୍ର ଦିବସରୁ ଏହାକୁ ବାଧ୍ୟତାମୂଳକ କରାଯିବାକୁ ଚିଠି ଲେଖିଛନ୍ତି ଶ୍ରୀକାନ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜାତି ଭିତ୍ତିକ ଗଣନାକୁ ଶ୍ରୀକାନ୍ତ ଜେନା ସମର୍ଥନ କରିବା ସହ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ସେ ସ୍ବାଗତ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ