ETV Bharat / city

କେନ୍ଦ୍ରର ଦରଦାମ ନୀତି ମହଙ୍ଗା: ଯୋଗାଣ ମନ୍ତ୍ରୀ

ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେତ୍ର ପ୍ରତାପ ସ୍ବାଇଁ । କେନ୍ଦ୍ରର ଦରଦାମ ନୀତି ମହଙ୍ଗା ପଡିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ...

କେନ୍ଦ୍ରର ଦରଦାମ ନୀତି ମହଙ୍ଗା
କେନ୍ଦ୍ରର ଦରଦାମ ନୀତି ମହଙ୍ଗା
author img

By

Published : Jun 14, 2021, 2:01 PM IST

ଭୁବନେଶ୍ବର: ଦେଶରେ ଦିନକୁ ଦିନ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହୋଇଛି । ଏହି ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେତ୍ର ପ୍ରତାପ ସ୍ବାଇଁ । କେନ୍ଦ୍ରର ଦରଦାମ ନୀତି ମହଙ୍ଗା ପଡିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

କେନ୍ଦ୍ରର ଦରଦାମ ନୀତି ମହଙ୍ଗା

ପେଟ୍ରୋଲ ଓ ଡିଜେଲ 100ଟଙ୍କା ଉପରେ ,ଯହାର ପ୍ରଭାବ ସବୁଆଡେ ପଡିଛି । ଯେଉଁଥି ପାଇଁ ଦରବୃଦ୍ଧି କାବୁ ହୋଇପାରୁ ନିହାଁ । ରାଜ୍ୟ ତରଫରୁ କଳାବଜାରୀ ରୋକିବା ପାଇଁ ବ୍ୟବସ୍ଥା କରୁଛୁ । ନୂଆ ଆଇନ ବଳରେ କେନ୍ଦ୍ର ରାଜ୍ୟମାନଙ୍କୁ ନିରସ୍ତ୍ର କରି ଦେଇଛି ଏବଂ ଯେଉଁ ଭଳି ଭାବରେ ଖାଇବା ତେଲ ଓ ଡାଲି ଜାତୀୟ ଦ୍ରବ୍ୟ ଉପରେ ଦର ବଢିଚାଲିଛି ତାହା ପାଇଁ ସାଧାରଣ ଲୋକଟିଓ ହନ୍ତସନ୍ତ ହେଉଛି ।

35 ପ୍ରତିଶତ ଡ୍ୟୁଟି ବଢିଥି ସେହି ତୁଳନାରେ 4 ପ୍ରତିଶତ ଏମଏସପି ବୃଦ୍ଧିକୁ ଉପାହାସ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ । କୋଭିଡର ସୁଯୋଗ ନେଇ ଲୋକଙ୍କୁ ଯନ୍ତ୍ରଣା ଦେଉଛି କେନ୍ଦ୍ର । ଏବେ ରାଜ୍ୟମାନଙ୍କ ଉପରେ ଦୋଷ ଲଦିବା ପାଇଁ ପ୍ରୟାସ କରାଯାଉଛି । ଅର୍ଥନୀତିକୁ ବୁଡେଇବାରୁ ଉଦ୍ୟମ ଚାଲିଛି । ଦରଦାମ ଉପରେ ରାଜ୍ୟମାନଙ୍କ ସହ ଆଲୋଚନା କରାଯାଉନାହିଁ କେବଳ ଅର୍ଥ ଉପାର୍ଜନ ଏକାନ୍ତ ଲକ୍ଷ ହୋଇଛି ।

ଭୁବନେଶ୍ବରରୁ ତାପସ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.