ETV Bharat / city

‘ସୁଧୁରୁଛି ବନ୍ୟା ସ୍ଥିତି, କାଲିଠୁ କମିବ ଜଳସ୍ତର’

author img

By

Published : Aug 31, 2020, 1:29 PM IST

ବନ୍ୟା ସ୍ଥିତିରେ ଆସିପାରେ ସୁଧାର । ଆସନ୍ତାକାଲିଠୁ ନଦୀରେ ଜଳସ୍ତର କମିପାରେ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

‘ସୁଧୁରୁଛି ବନ୍ୟା ସ୍ଥିତି, କାଲି ଠୁ କମିବ ଜଳସ୍ତର’

ଭୁବନେଶ୍ବର: ବନ୍ୟାରେ ରାଜ୍ୟର ଅଧିକାଂଶ ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ଲୋକଙ୍କ ପାଇଁ ଆସିଛି ଏକ ଆଶ୍ବସ୍ତିକର ଖବର । ମହାନଦୀର ଉପରମୁଣ୍ଡରେ ବର୍ଷା ବନ୍ଦ ହୋଇଛି । ଫଳରେ ଆସନ୍ତାକାଲି(ମଙ୍ଗଳବାର) ଠୁ ବନ୍ୟାସ୍ଥିତିରେ ଆସିପାରେ ସୁଧାର ।

ତେବେ ରବିବାର ହୀରାକୁଦରେ 9 ଲକ୍ଷ 12 ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ 5 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ଗତକାଲି(ରବିବାର) ହୀରାକୁଦର 46ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ପର୍ଯ୍ୟାୟ କ୍ରମେ 10ଟି ଗେଟ ବନ୍ଦ କରାଯାଇ 36ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ସେହିପରି ମୁଣ୍ଡଳୀରେ 10 ଲକ୍ଷ 20 ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଦିନ 2ଟା ପର୍ଯ୍ୟନ୍ତ ଏମିତି ଚାଲିବ ତା’ ପରେ ଧୀରେ ଧୀରେ କମିବ ବୋଲି ଜ୍ୟୋତିର୍ମୟ କହିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ 36ଟି ଘାଇ ହୋଇଛି । ପ୍ରତି ଜାଗାରେ ଫ୍ଲଡ଼ ଫାଇଟିଂ ମ୍ୟାଟେରିଆଲ ଅଛି ।

ମହାନଦୀ ସିଷ୍ଟମରେ 5ଟି ଘାଇ ହୋଇଥିବା ବେଳେ ଦେବୀ,ଦୟା, ଭାର୍ଗବୀ କୁଶଭଦ୍ରାରେ ପାଣି ଚାଲୁଛି । ଏବେବି ବହୁ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଥିବା ସେ କହିଛନ୍ତି । କଟକ, ଜଗତସିଂହପୁର, କେନ୍ଦ୍ରାପଡାକୁ ପାଣି ଯାଉଛି । ଜଳ ନିଷ୍କାସନ ହେବାକୁ ଆହୁରି 4 ଦିନ ସମୟ ଲାଗିବ । ସୋମବାର 10ଟି ଘଳିଆ ମାରିଛନ୍ତି ଅଧିକାରୀ ।

ବର୍ତ୍ତମାନ ହୀରକୁଦର ଜଳସ୍ତର 627,12 ଫୁଟ ରହିଛି । ସେପଟେ ରେଙ୍ଗାଳୀ ଡ୍ୟାମର ସମସ୍ତ ଗେଟ୍ ବନ୍ଦ ରହିଛି । ଅନ୍ୟପଟେ ବୈତରଣୀ ସର୍ବାଧିକ ବନ୍ୟା ଜଳ ଆସିଛି । ସେହିପରି ଡିନାମାଇଟ ଘଟଣାରେ ଏତଲା ଦିଆଯାଇଛି ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.