ETV Bharat / city

ଟଳିନି ବନ୍ୟା ବିପଦ, ବର୍ଷାରେ ବୁଡ଼ିବ ଉତ୍ତର ଓଡିଶା !

author img

By

Published : Aug 22, 2022, 10:16 PM IST

ପୁଣି ଡରାଇଲାଣି ବର୍ଷା । ଆସନ୍ତାକାଲିଠୁ ପୁଣି ବଢ଼ିବ ବର୍ଷା । ଉତ୍ତର ଉପକୂଳରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Rain in North Odisha) । ଅଧିକ ପଢ଼ନ୍ତୁ

ଟଳିନି ବନ୍ୟା ବିପଦ, ବର୍ଷାରେ ବୁଡ଼ିବ ଉତ୍ତର ଓଡ଼ିଶା !

ଭୁବନେଶ୍ବର: ରାଜ୍ୟରୁ ଏବେବି ଟଳିନି ବନ୍ୟା ବିପଦ(flood may continue ) । ପୁଣି ଡରାଇଲାଣି ବର୍ଷା । ସକ୍ରିୟ ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲିଠୁ ପୁଣି ବଢ଼ିବ ବର୍ଷା । ଉତ୍ତର ଉପକୂଳରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (Rain in North Odisha) । ଫଳରେ ପୁଣି ସୁବର୍ଣ୍ଣରେଖା, ବୈତରଣୀ ଓ ବୁଢ଼ାବଳଙ୍ଗ। ନଦୀ ଫୁଲିବା ଆଶଙ୍କା ଦେଖା ଦେଇଛି ।

ଅଗଷ୍ଟ ୨୩ ତାରିଖରୁ ପୁନଃ ତିନି ଦିନ ଧରି ଲଗାତାର ବର୍ଷିବ । ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ମିଆଁମାର ଉପକୂଳରେ ଏକ ଘୁର୍ଣ୍ଣିବଳୟ କେନ୍ଦ୍ରିଭୂତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ପୁଣି ବର୍ଷା ହେବ । ଅଗଷ୍ଟ ୨୩, ୨୪ ଓ ୨୫ ତାରିଖ ତିନିଦିନ ଧରି ରାଜ୍ୟରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଅନ୍ୟ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି (possible rain in Odisha) ।

ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ,ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବ କି ନନେବ ଓ ଏହାର ପ୍ରଭାବ କେତେ ରହିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ ।

ଆସନ୍ତାକାଲିଠୁ(ମଙ୍ଗଳବାର) ବର୍ଷା ହେବ । ବିଶେଷ ଭାବରେ ପ୍ରଭାବିତ ହେବ ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରିଣ ଓଡ଼ିଶା । ଜୁନ ୧ ତାରିଖ ୨୦୨୨ରୁ ଅଗଷ୍ଟ ୨୧ ତାରିଖ ୨୦୨୨ ମଧ୍ୟରେ ରାଜ୍ୟରେ ୯୩୪.୨ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟର ସ୍ବାଭାବିକ ବର୍ଷା ୮୧୧.୯ ମିମି ତୁଳନାରେ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏହି ସମୟରେ ବୌଦ୍ଧରେ ୬୨ ପ୍ରତିଶତ ଅଧିକ ଏବଂ କନ୍ଧମାଳରେ ୭୩ ପ୍ରତିଶତ ଅଧିକ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.