ETV Bharat / city

ସାଇକେଲ ରାଲିରେ ଫିଟ ଇଣ୍ଡିଆର ପାଠ ପଢାଇଲା ବିଏମସି ଓ ଓୟୁଏଚଏମ - gandhi jayanti bicycle rally

ଗାନ୍ଧୀ ଜୟନ୍ତୀ ଅବସରରେ ବିଏମସି ଓ ଓଡିଶା ସହରାଞ୍ଚଳ ବାସଗୃହ ମିଶନ ପକ୍ଷରୁ ସାଇକେଲ ରାଲି ଆୟୋଜିତ ହୋଇଛି । ଶାରୀରିକ ସୁସ୍ଥତା ହିଁ ଖୁସିର ପ୍ରଥମ ସୋପାନ, ତେଣୁ ଫିଟ ରହିବା ନିହାତି ଦରକାର ବୋଲି ସଚେତନତା ବାର୍ତ୍ଥା ବାଣ୍ଟିଛନ୍ତି ବିଏମସି ଏବଂ ଓୟୁଏଚଏମ କର୍ମଚାରୀ ।

ଗାନ୍ଧୀ ଜୟନ୍ତୀରେ ବିଏମସି ଓ ଓୟୁଏଚଏମ ପକ୍ଷରୁ ସାଇକେଲ ରାଲି

author img

By

Published : Oct 2, 2020, 7:27 PM IST

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ସାଇକେଲ ରାଲି । ଫିଟ ଇଣ୍ଡିଆ ଉପଲକ୍ଷେ ଓଡିଶା ସହରାଞ୍ଚଳ ବାସଗୃହ ମିଶନ(ଓୟୁଏଚଏମ) ଓ ବିଏମସି ଦ୍ବାରା ଶୁକ୍ରବାର ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚି଼ବ ଏହି ରାଲିର ଶୁଭାରମ୍ଭ କରିଛନ୍ତି । ସମାଜରେ ଫିଟ ରହିବାର ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ବିଏମସି ଏବଂ ଓୟୁଏଚଏମ କର୍ମଚାରୀ ।

ଗାନ୍ଧୀ ଜୟନ୍ତୀରେ ବିଏମସି ଓ ଓୟୁଏଚଏମ ପକ୍ଷରୁ ସାଇକେଲ ରାଲି

ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ବରର ଇନ୍ଦିରା ଗାନ୍ଧୀ ପାର୍କ ସାମ୍ନାରୁ ସାଇକେଲ ରାଲି ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମ ଛକ ପର୍ଯ୍ୟନ୍ତ ଯାଇଥିଲା । ଉଭୟ ବିଏମସି ଏବଂ ଓୟୁଏଚସିର ପାଖାପାଖି 50 ରୁ ଉର୍ଦ୍ଧ୍ବ କର୍ମଚାରୀ ମିଳିତ ଭାବେ ଫିଟ ଇଣ୍ଡିଆ ସ୍ଲୋଗାନ ଦେଇ ସାଇକେଲ ରାଲିରେ ଯାଇଥିଲେ । ଶାରୀରିକ ସୁସ୍ଥତା ହିଁ ଖୁସିର ପ୍ରଥମ ସୋପାନ, ଏହାଦ୍ବାରା ସମସ୍ତେ ଫିଟ ରହିବେ ଆଧାରରେ ବିଏମସି ଓ ଓୟୁଏଚଏମ ପକ୍ଷରୁ ଆୟୋଜିତ ହୋଇଛି ସାଇକେଲ ରାଲି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.