ETV Bharat / city

ସମ ହସପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ

author img

By

Published : Jul 2, 2020, 8:56 PM IST

Updated : Jul 2, 2020, 10:45 PM IST

ସମ୍ ହସପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ ପରୀକ୍ଷଣ

20:48 July 02

ଭୁବନେଶ୍ବର: ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ପାଇଁ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ରଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି । ଏହି ବହୁ ପ୍ରତିକ୍ଷିତ ଭ୍ୟାକସିନ‌ର କ୍ଲିନିକାଲ ଟ୍ରାଏଲ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବିଷୟରେ ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଓଡ଼ିଶାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପିର ପ୍ରୟୋଗ କରାଯିବ । ଏନେଇ ମନୋନୀତ ହୋଇଥିବା 4ଟି ହସପିଟାଲ ମଧ୍ୟରେ ସମହସ୍ପିଟାଲ ରହିଛି । ତେବେ ମହାମାରୀର ଉତ୍କଟ ସ୍ଥିତି ଏବଂ ଜନସ୍ବାସ୍ଥ୍ୟ ପାଇଁ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ପାଇଁ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଆଇସିଏମଆର ପକ୍ଷରୁ ସମ ହସପିଟାଲକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।  

ହସପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ ଏହାର ପ୍ରମୁଖ ପରୀକ୍ଷକ ଭାବେ ଦାୟିତ୍ବ ତୁଲାଇବେ । ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜି ଦ୍ବାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି ।  

ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ କରିବାକୁ ଅନୁମତି ମିଳିସାରିଛି । ୧୬୦୦ ଶଯ୍ୟା ବିଶିଷ୍ଟ ଏବଂ ୪୦ଟି ବିଭାଗ ଥିବା ସମ ହସପିଟାଲ ହେଉଛି ଓଡ଼ିଶାର ଏକମାତ୍ର ଡାକ୍ତରୀ ଅନୁଷ୍ଠାନ, ଯାହା ଆଇସିଏମଆର ପକ୍ଷରୁ ଏହି ଭ୍ୟାକସିନ୍ ପରୀକ୍ଷଣ ନେଇ ମନୋନୀତ ହୋଇଥିବା ଦେଶର ୧୩ଟି ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । ତେବେ ହସପିଟାଲର ଇନଷ୍ଟିଚ୍ୟୁସନାଲ ଏଥିକାଲ କମିଟିର ଅନୁମୋଦନ ଲାଭ କରିବା ପରେ ଏହି ପରୀକ୍ଷଣ କରାଯିବ ।  

ସେହିପରି ପ୍ଲାଜମା ଥେରାପି ମାଧ୍ୟମରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଣ୍ଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ । ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡ. ଚନ୍ଦନ ଦାସ ଏହି ପ୍ଲାଜମା ଥେରାପିର ଦାୟିତ୍ବ ତୁଲାଇବେ । ଆମ ପାଖରେ ଆବଶ୍ୟକୀୟ ଯନ୍ତ୍ର ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ରହିଛି ଯାହାକି ତୁରନ୍ତ ପ୍ଲାଜମା ଥେରାପି ଆରମ୍ଭ କରିବା ପାଇଁ ସାହାଯ୍ୟ କରିବ । ସମ ହସପିଟାଲରେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ସ୍ବୀକୃତିପ୍ରାପ୍ତ ଟ୍ରାନ୍‌ସଫ୍ୟୁଜନ ମେଡିସିନର ପୋଷ୍ଟ ଗ୍ରାଜୁଏଟ ବିଭାଗ ମଧ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି ଟ୍ରାନସ୍‌ଫ୍ୟୁଜନ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡ. ଗିରିଜା ନନ୍ଦିନୀ କାନୁନଗୋ ।  

ଆଇଏମଏସ ଆଣ୍ଡ ସମ୍ ହସପିଟାଲ ପକ୍ଷରୁ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର, କେନ୍ଦ୍ରାପଡା ଏବଂ ତାଳଚେରରେ ତିନୋଟି କୋଭିଡ-୧୯ ହସପିଟାଲ ସ୍ଥାପିତ କରାଯାଇ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଆଇଇସିର ଅନୁମୋଦନ ପାଇବାପରେ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ କରାଯିବ । ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରାଯିବା ନେଇ ଆଜି ନିଷ୍ପତି ହୋଇଛି । ଏହି ବୈଠକରେ ସୋଆ ୟୁନିଭର୍ସିଟିର କୂଳପତି ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 2, 2020, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.