ଭୁବନେଶ୍ବର : ଓଡିଶାରେ ହେବ ପ୍ରଥମ ଆନ୍ତର୍ଜାତୀୟ ଡାକ୍ତର ସମ୍ମିଳନୀ । ଡାକ୍ତରୀ ବିଦ୍ୟାରେ ବିପ୍ଳବ ପାଇଁ ପ୍ରଥମ ଥର ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ସ୍ତରର କାର୍ଯକ୍ରମ। ଏଣ୍ଡୋସ୍କୋପିଷ୍ଟ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ କ୍ଷେତ୍ରରେ ପରିବର୍ତ୍ତନ ଓ ସୁଧାର ସହ ନୁତନ ଜ୍ଞାନ କୌଶଳର ନୁତନ ପରିଚୟ ପାଇଁ ଅନୁଷ୍ଠିତ ହେବ ‘ହାଇବ୍ରିଡ ମିଡଟର୍ମ ଏଣ୍ଡକୋନ୍ 2021’ ସମ୍ମିଳନୀ। ଯେଉଁଥିରେ ଯୋଗଦେବେ ଆନ୍ତର୍ଜାତୀୟ ସ୍ତରର ଦେଶ ବିଦେଶର ଖ୍ୟାତନାମା ଚିକିତ୍ସା ବିଜ୍ଞାନୀ, ସ୍ବାସ୍ଥ୍ୟ ବିଶେଷଜ୍ଞ, ଛାତ୍ର, ଗବେଷକ। ଯାହାକି ଆସନ୍ତା ଜାନୁଆରୀ ୨୨ ତାରିଖରୁ ୨୪ ତାରିଖ ଯାଏ ତିନିଦିନ ଧରି ଭୁବନେଶ୍ବର ସ୍ଥିତ ହୋଟେଲ ମେ ଫେୟାରରେ ଏହି ସମ୍ମଳନୀ ଅନୁଷ୍ଠିତ ହେବ।
୨୦୦ଜଣ କନଫେରନରେ ଯୋଗଦେବେ ଅନ୍ୟମାନେ ଅନଲାଇନ ଜରିଆରେ ଯୋଗଦେବେ। ସୋସାଇଟି ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏଣ୍ଡୋସ୍କୋପି ଅଫ୍ ଇଣ୍ଡିଆ (SGEI) ଦ୍ଵାରା ବିଶ୍ଵ ଏଣ୍ଡୋସ୍କୋପି ଅନୁଷ୍ଠାନ ଓ ଆମେରିକୀୟ କଲେଜ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦ୍ଵାରା ଅନୁମୋଦିତ ଭାରତ ତଥା ଭୁବନେଶ୍ବରରେ ଏହା ପ୍ରଥମ ହାଇବ୍ରିଡ ସମ୍ମିଳନୀ ହେବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ତଥା ଓଡିଶାର ପରିଚିତ ପେଟରୋଗ ବିଶେଷଜ୍ଞ ତଥା ଲିଭର ଆଣ୍ଡ ଗ୍ୟାଷ୍ଟ୍ରୋ ସ୍ପେଶାଲିଷ୍ଟ ଡାକ୍ତର ମନୋଜ କୁମାର ସାହୁ।
ଯାହାଙ୍କ ତତ୍ତ୍ଵାବଧାନରେ ଡାକ୍ତର ଅବିନାଶ ବାଲେକୁଡୁରୁଙ୍କ ଦ୍ବାରା ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଯେଉଁଠି ଏଣ୍ଡୋସ୍କୋପିଷ୍ଟ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ଫିଜିସିଆନ୍ ମାନେ ସେମାନଙ୍କ ଅଭ୍ୟାସ ଜ୍ଞାନକୁ ସମୃଦ୍ଧ କରିବା ପାଇଁ ସେମାନଙ୍କର ସନ୍ଦର୍ଭ ଉପସ୍ଥାପନା କରିବା ସହ ପ୍ରଶିକ୍ଷଣ ଶିବିର ଏବଂ ଲାଇଭ୍ ସର୍ଜରୀ ଓ୍ବାର୍କସପ ଜରିଆରେ ଅଭିଜ୍ଞତା ବଖାଣିବେ । ଏହାସହ ଭର୍ଚୁଆଲ ଯୋଗେ ଦେଶ ବିଦେଶର ପ୍ରତିନିଧି କର୍ମଶାଳାରେ ସାମିଲ ହୋଇ ନୁତନ ସ୍ବାସ୍ଥ୍ୟ ଅଭିବୃଦ୍ଧି ଦିଗରେ ନୁତନ ରାହା ଦେଖାଇବେ।
କାରଣ ଓଡିଶା ଖୁବଶିଘ୍ର ଏକ ହେଲଥ ହବ ହେବାକୁ ଯାଉଛି। କାରଣ ଉତ୍ତମ ଚିକିତ୍ସା ପାଇଁ ଓଡିଶା ଉପରେ ଛତିଶଗଡ,ଆସାମ,ପଶ୍ଚିମବଙ୍ଗ ଭଳି ଅନେକ ପଡୋଶୀ ରାଜ୍ୟର ରୋଗୀ ଆସୁଛନ୍ତି । ଏପରିକି ବାଙ୍ଗଲାଦେଶରୁ ରୋଗୀ ଆସୁଥିବା କହିଛନ୍ତି ଡାକ୍ତର ମନୋଜ କୁମାର ସାହୁ। କଳ୍ପନା-ସର୍ଜନା-ପ୍ରେରଣା ଓ ପ୍ରୟୋଗ ଆଦି ଦିଗରେ ଏକ ନୁଆ ସମ୍ଭାବନା ସୃଷ୍ଟି କରାଯିବାର ଏହି ସମ୍ମିଳନୀର ମୂଳ ଲକ୍ଷ ରହିଛି। ଏହା ସହିତ ଓଡିଶାର ଚିତ୍ରଶିଳ୍ପି ଓ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର କରିବାର କାର୍ଯକ୍ରମ ରହିଛି । ସମସ୍ୟା ଦେଖାଦେଇଥିବା ସାଇବର କ୍ରାଇମ ଦିଗରେ ମଧ୍ୟ ଆଲୋଚନା କରାଯିବାର କାର୍ଯକ୍ରମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ