ETV Bharat / city

Probable Cyclone: ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ଟିମ, ସୂଚନା ଦେଲେ ଡିଜି

author img

By

Published : May 7, 2022, 4:55 PM IST

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛି । ୩୦ଟି ଜିଲ୍ଲାରେ ଟିମ ମୁତୟନ ନେଇ ସୂଚନା ଦେଇଛନ୍ତି ଫାୟାର ଡିଜି । ଅଧିକ ପଢନ୍ତୁ

Probable Cyclone: ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ଟିମ, ସୂଚନା ଦେଲେ ଡିଜି
Probable Cyclone: ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ଟିମ, ସୂଚନା ଦେଲେ ଡିଜି

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଥିବାବେଳେ ଆସନ୍ତାକାଲି(ରବିବାର) ବାତ୍ୟାର ରୂପ ନେବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଅଗ୍ନିଶମ ବିଭାଗ । ଏହି ବାତ୍ୟାକୁ ନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି ଫାୟାର ଡିଜି ସନ୍ତୋଷ ଉପାଧ୍ୟାୟ ।

ବରମୁଣ୍ଡା ଫାୟାର ଟ୍ରେନିଂ ସେଣ୍ଟରରେ ବିଭିନ୍ନ ଉପକରଣ ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହା ସହିତ ଅଗ୍ନିଶମ କର୍ମଚାରୀଙ୍କ ସମ୍ପର୍କରେ ବୁଝିଛନ୍ତି‌ । କିଭଳି ଟିମ ବାତ୍ୟା ମୁକାବିଲା ପାଇ ପ୍ରସ୍ତୁତି ରହିଛି ସେ ନେଇ ତଦାରଖ କରିଛନ୍ତି । ଫାୟାର ଡିଜି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ପାଇଁ ସେମାନେ ଅପେକ୍ଷା କରିଛନ୍ତି । ୩୦ଜିଲ୍ଲାରେ ୧୭୦ଟି ଫାୟାର ଟିମ ପ୍ରସ୍ତୁତ ରହିଛନ୍ତି । ଏଥିସହ ଭୁବନେଶ୍ବର ପାଇ ୧୮ଟି ଟିମ ନିୟୋଜିତ ରହିଛନ୍ତି । କୌଣସି ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ଟିମ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ତେବେ ସୂଚନା ଥାଉ କି ସମ୍ଭାବ୍ୟ ବାତ୍ୟା ଆଜି ସାଢେ ୪ଟା ସୁଦ୍ଧା ଲଘୁଚାପ ଅବପାତରେ ପରିଣତ ହୋଇଛି । ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ପୁରୀରୁ ୧୩୦୦ କିମି ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଥିବା ସୂଚନା ମିଳିଛି । ୮ ତାରିଖ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.