ETV Bharat / city

ଓଡିଶା ବଜାରରେ କୋରୋନା ଔଷଧ, କେଉଁଠି ମିଳିବ ଜାଣନ୍ତୁ ?

author img

By

Published : Sep 13, 2020, 8:04 AM IST

ଓଡିଶା ବଜାରରେ ଫାଭିପିରାଭିର ଓ ରେମଡେସିଭିର ଔଷଧ । ଏନେଇ କଣ ରହିଛି ନିୟମ କିଭଳି ପାଳନ କରିବେ ଦୋକାନୀ । ଏହାର କେତେ ରହିବ ଦର ଏବଂ ଏହି ମେଡିସିନ କେଉଁଠି ମିଳିବ ପଢନ୍ତୁ ।

ଓଡିଶା ବଜାରରେ କୋରୋନା ଔଷଧ, କେଉଁଠି ମିଳିବ ଜାଣନ୍ତୁ ?
ଓଡିଶା ବଜାରରେ କୋରୋନା ଔଷଧ, କେଉଁଠି ମିଳିବ ଜାଣନ୍ତୁ ?

ଭୁବନେଶ୍ବର: ଓଡିଶା ବଜାରରେ ବିକ୍ରି ହେବ ଫାଭିପିରାଭିର ଟାବଲେଟ ଓ ରେମଡେସିଭିର ଇଞ୍ଜେକସନ୍ । ଏନେଇ ରାଜ୍ୟକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ । ଅନୁମତି ପାଇବା ପରେ ଏହାକୁ ଭୁବନେଶ୍ବର ଡ୍ରଗ୍ସଷ୍ଟିକ ସଂଘ ସ୍ବାଗତ କରିଛି ।

ସାରା ବିଶ୍ବରେ ହୁହୁ ହୋଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି କୋରୋନା ଟିକା ବାହାରି ପାରିନି । କିନ୍ତୁ ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ସୁଫଳ ସାବ୍ୟସ୍ତ ହୋଇଥିବାରୁ ସରକାର ଏହାକୁ ଅନୁମତି ଦେଇଛନ୍ତି । ତେବେ ଓଡିଶା ବଜାରରେ ସମସ୍ତ ଦୋକାନୀ ଏହି ଔଷଧ ବିକ୍ରି କରି ପାରିବେ ନାହିଁ । ଏଥିପାଇଁ କଟକଣା ରହିଛି । କେବଳ ଲାଇସେନ୍ସ ପ୍ରାପ୍ତ ମେଡିକାଲ ଷ୍ଟୋରରେ ଉପଲବ୍ଧ ହେବ ମେଡିସିନ । ଯାହା ମେଡିକାଲ କ୍ୟାମ୍ପସ ଭିତରେ ଏବଂ ମେଡିକାଲର ଆଖପାଖ ମେଡିକାଲ ଷ୍ଟୋରରେ ମିଳିବ ।

ଆକ୍ରାନ୍ତ ପ୍ରେସକ୍ରିପ୍ପସନ ଦେଖାଇ ମେଡ଼ିସିନ କିଣିପାରିବ । କିନ୍ତୁ ମେଡ଼ିସିନ ଷ୍ଟୋର ପ୍ରେସକ୍ରିପ୍ପସନକୁ ସ୍କାନ କରିବା ସହ ରୋଗୀଙ୍କର ସମ୍ପୂର୍ଣ୍ଣ ଠିକଣା ରଖିବେ । ତେବେ ମେଡ଼ିସିନ ଦର ପାଖାପାଖି 103 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସମୟରେ ଏହାର ଦର 75 ଟଙ୍କା ରହିଛି । ଆଗାମୀ ଦିନରେ ଅଧିକରୁ ଅଧିକ କମ୍ପାନୀ ଆସିଗଲେ ଏହାର ଡିମାଣ୍ଡ ମଧ୍ୟ ବଢିବା ସହ ଦର ମଧ୍ୟ କମିବ ବୋଲି ଡ୍ରଗ୍ସ ହାଉସ ସଙ୍ଘ ସଭାପତି କହିଛନ୍ତି । ଆଗକୁ ଏହାର କଳାବଜାରୀ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସରକାର ନଜର ଦେବାକୁ ଅପିଲ୍ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.