ଭୁବନେଶ୍ବର: EWS କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜିକରଣ କରିନାହାଁନ୍ତି । ସ୍କୁଲଗୁଡିକ ରେଜିଷ୍ଟ୍ରାସନ ପାଇଁ ଏପ୍ରିଲ 13 ତାରିଖ ରହିଥିଲା । ପଞ୍ଜିକରଣ କରିବାକୁ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ସ୍କୁଲକୁ ଅନୁରୋଧ କରିଛନ୍ତି । ସ୍କୁଲ ରେଜିଷ୍ଟ୍ରେସନ ପାଇଁ 13 ତାରିଖ ଥିବାବେଳେ ଏହାର ସମୟ ସୀମାକୁ ଏପ୍ରିଲ 23 ଯାଏଁ ବୃଦ୍ଧି କରାଯାଇଛି ।
ସେହିପରି ଆର୍ଥିକ ଅନଗ୍ରସ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ତାରିଖ ଏପ୍ରିଲ 30କୁ ବଢାଯାଇଛି । ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ରେଜଷ୍ଟ୍ରେସନ କରନ୍ତୁ । ଏହା ଦ୍ବାରା ଆଗକୁ ସୁଫଳ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ