ଭୁବନେଶ୍ବର: ଫେରିଲା କୋଭିଡ କଟକଣା । ରାଜଧାନୀ ଭୁବନେଶ୍ବରରେ ପୁଣି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । କୋରୋନା ସଂକ୍ରମଣ ବଢୁଥିବାରୁ ବିଏମସି କଟକଣା କଡାକଡି କରିଛି । ଭୁବନେଶ୍ବରର ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସପିଂ ମଲ, ଦୋକାନ ଓ ଛକ ବଜାରରେ ମାସ୍କ ପିନ୍ଧିବା ସହ ୨ ମିଟର ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର ।
![Covid Surge: ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ](https://etvbharatimages.akamaized.net/etvbharat/prod-images/od-bbs-avo-maskmandatory-od10039_30062022211229_3006f_1656603749_545.jpg)