ETV Bharat / city

Municipal Election: ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଦିଆଗଲା ତାଲିମ

author img

By

Published : Mar 11, 2022, 10:55 PM IST

ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଏ ତାଲିମ ଦିଆଯାଇଛି । ଅଧିକ ପଢନ୍ତୁ

Odisha Municipal Elections 2022: ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କୁ ଦିଆଗଲା ତାଲିମ

ଭୁବନେଶ୍ବର : ପୌର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କର ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଏ ତାଲିମ ଦିଆଯାଇଛି । ରାଜ୍ୟ ଅର୍ଥସେବାର ୧୯ ଜଣ ବରିଷ୍ଠ ଓ ଦକ୍ଷ ଅଧିକାରୀମାନଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।

ଏନେଇ ଆଜି(ଶୁକ୍ରବାର) ସେମାନଙ୍କୁ ନିର୍ବାଚନରେ ପ୍ରତିଦ୍ବିତା କରୁଥିବା ପ୍ରାର୍ଥୀ ମାନଙ୍କର ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ କିପରି ଓ କେଉଁ ପ୍ରକାରରେ ହିସାବ ଏବଂ ପ୍ରାର୍ଥୀ ପ୍ରାର୍ଥନୀମାନେ ଧାର୍ଯ୍ୟ ନିର୍ବାଚନୀ ଖର୍ଚ୍ଚ ଠାରୁ ଅଧିକ ଖର୍ଚ୍ଚ କଲେ କ'ଣ କରାଯିବ । ସେ ସମ୍ପର୍କରେ ତାଲିମ ଦିଆଯାଇଛି ।

ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ରନାଥ ସାହୁ ଏବଂ ସ୍ଵତନ୍ତ୍ର ସଚିବ ରଘୁରାମ ଆର୍ ଆୟାର ଉପସ୍ଥିତ ରହି ଅଧିକାରୀମାନଙ୍କୁ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ସମ୍ପର୍କରେ ଅବଗତ କରାଇଥିଲେ । ଆସନ୍ତା ୧୫ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ସେମାନେ ସେମାନଙ୍କର କାର୍ଯ୍ୟ ଆରମ୍ଭ କରିବେ । ପୌର ନିର୍ବାଚନ ନିମନ୍ତେ ପ୍ରାର୍ଥୀ/ପ୍ରାର୍ଥନୀ ମାନଙ୍କର ଯାବତୀୟ ଖର୍ଚ୍ଚର ହିସାବ କିତାବକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନେ ଏକ ରେଜିଷ୍ଟରରେ ଲିପିବଦ୍ଧ କରିବେ ।

ନିର୍ବାଚନରେ ପ୍ରାର୍ଥୀମାନେ କେତେ ସଂଖ୍ୟକ ଗାଡ଼ି ବ୍ୟବହାର କରୁଛନ୍ତି ଓ ବ୍ୟାନର ପୋଷ୍ଟର ଖର୍ଚ୍ଚ ସମ୍ପୁର୍ଣ୍ଣ ଭାବେ ଏକ ରେଜିଷ୍ଟରରେ ଲିପିବଦ୍ଧ କରାଯିବା । ଏହାସହ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ସେସବୁକୁ ତର୍ଜମା କରିବେ । ନିର୍ବାଚନ କମିଶନଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ନିର୍ବାଚନ ଖର୍ଚ୍ଚ ଏବଂ ନିର୍ଦ୍ଧାରିତ ଗାଡ଼ିର ବ୍ୟବହାର, ପ୍ରାର୍ଥୀ/ପ୍ରାର୍ଥନୀମାନେ ନିର୍ବାଚନରେ ବ୍ୟବହାର କରୁଛନ୍ତି । ନା ତା'ଠାରୁ ଅଧିକ ନିର୍ବାଚନୀ ଖର୍ଚ୍ଚ ଓ ଗାଡ଼ି ବ୍ୟବହାର କରୁଛନ୍ତି । ସେ ସମ୍ପର୍କରେ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ଦୃଷ୍ଟି ଦେବେ । ଏହାସହ ସାଧାରଣ ପର୍ଯ୍ୟବେକ୍ଷକ ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗସୂତ୍ର ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.