ETV Bharat / city

Odisha Assembly: ଶିଳ୍ପ ଓ ଇସ୍ପାତ ଖଣି ବିଭାଗ ସହ ୨୨ଟି ବିଭାଗର ଖର୍ଚ୍ଚ ଦାବି ପାରିତ - ଶିଳ୍ପ ଓ ଇସ୍ପାତ ଖଣି ବିଭାଗ ସହ ୨୨ ଟି ବିଭାଗର ଖର୍ଚ୍ଚ ଦାବି ପାରିତ

ବିଧାନସଭାରେ ଆଜି ଗୃହୀତ ହୋଇଛି ୨୨ ଟି ବିଭାଗର ଖର୍ଚ୍ଚ ଦାବି । ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ଆଲୋଚନା ସହ ପରିତ ହୋଇଥିବାବେଳେ ଅନ୍ୟ ୨୦ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ପାରିତ ହୋଇଛି । ଅଧିକ ପଢନ୍ତୁ

OdishaAssembly
OdishaAssembly
author img

By

Published : Jul 29, 2022, 10:06 PM IST

ଭୁବନେଶ୍ବର: ବିଧାନସଭାରେ ଆଜି ଗୃହୀତ ହୋଇଛି ୨୨ ଟି ବିଭାଗର ଖର୍ଚ୍ଚ ଦାବି । ଶିଳ୍ପ ଏବଂ ଇସ୍ପାତ ଓ ଖଣି ବିଭାଗ ଆଲୋଚନା ସହ ପରିତ ହୋଇଥିବାବେଳେ ଅନ୍ୟ ୨୦ ଟି ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ପାରିତ ହୋଇଛି ।

ବିଧାନସଭାରେ ଗୃହୀତ ହୋଇଛି ଶିଳ୍ପ ବିଭାଗର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୬୭୧ କୋଟି ୪୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଗୃହରେ ଆଗତ କରାଇଛନ୍ତି । ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନସଭାରେ ଗୃହିତ କରାଇଛନ୍ତି ବାଚସ୍ପତି ।

ସେହିପରି ଗୃହୀତ ହୋଇଛି ଇସ୍ପାତ ଓ ଖଣି ବିଭାଗର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୧୮୨ କୋଟି ୮୨ ଲକ୍ଷ ୪୩ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗୃହରେ ଆଗତ କରାଇଛନ୍ତି । ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନସଭାରେ ଗୃହିତ କରାଇଛନ୍ତି ବାଚସ୍ପତି । ଆଲୋଚନା ବେଳେ ଉଭୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କକ୍ଷତ୍ୟାଗ କରିଥିଲେ ବିରୋଧୀ ଦଳ ସଦସ୍ୟ ।

ଅନ୍ୟପଟେ ଗିଲୋଟିନ ଜରିଆରେ ପାରିତ ହୋଇଛି ୨୦ ଟି ବିଭାଗର ଖର୍ଚ୍ଚ ଦାବି । ବିରୋଧୀଙ୍କ ଅନୁପସ୍ଥିତିରେ ବାଚନିକ ଭୋଟ ମଧ୍ୟମରେ ସବୁ ବିଭାଗର ଖର୍ଚ୍ଚ ଦାବିକୁ ବିଧାନସଭାରେ ଗୃହୀତ କରାଇଛନ୍ତି ବାଚସ୍ପତି । ପୂର୍ବରୁ ୨୪ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବିଚାର ପରେ ପାରିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.