ETV Bharat / city

ମାତ୍ରାଧିକ ଷ୍ଟେରଡ ବ୍ୟବହାର ଆଣିପାରେ ବିପଦ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - ଷ୍ଟେରଡ ଚିକିତ୍ସା

ଷ୍ଟେରଡ ଅଧିକ ବ୍ୟବହାର କଲେ ହୋଇପାରେ ସଂକ୍ରମଣ । ସଚେତନ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ....

ମାତ୍ରାଧିକ ଷ୍ଟେରଡ ବ୍ୟବହାର ଆଣିପାରେ ବିପଦ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Jun 21, 2021, 9:53 PM IST

ଭୁବନେଶ୍ବର: ଷ୍ଟେରଡ ଅଧିକ ବ୍ୟବହାର କଲେ ହୋଇପାରେ ସଂକ୍ରମଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇବା ଏହାର ବାବଦରେ ପରାମର୍ଶ ମଧ୍ୟ ଦେଇଛନ୍ତି । କୋରୋନା ରୋଗୀଙ୍କ ପାଇଁ ଷ୍ଟେରଡ ବ୍ୟବହାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗାଇଡ଼ ଲାଇନ ଜାରି କରିଛି । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ମାତ୍ରାଧିକ ଷ୍ଟେରଡ ବ୍ୟବହାର କଲେ ଇନଫେକସନ ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ମାତ୍ରାଧିକ ଷ୍ଟେରଡ ବ୍ୟବହାର ଆଣିପାରେ ବିପଦ, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଷ୍ଟେରଡ଼ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ । କେନ୍ଦ୍ର ସରକାରଙ୍କର ଯେଉଁ ନୂଆ ଗାଇଡ଼ଲାଇନ ଆସିଛି, ସେହି ଅନୁଯାୟୀ ଷ୍ଟେରଡର ବ୍ୟବହାର ହେବ। ଆମ ରାଜ୍ୟରେ ଯେଉଁମାନଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି, ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଡ ବ୍ୟବହାର କରାଯାଉଛି। ଅକ୍ସଫୋର୍ଡ ଷ୍ଟଡି ସମାନ କଥା କହୁଛି। ଷ୍ଟେରଡର ବ୍ୟବହାର ଭଲ ପ୍ରଭାବ ରହୁଥିବାବେଳେ କେତେକାଂଶରେ ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା, ମାତ୍ର କୋଭିଡରେ ଏହାର ଆବଶ୍ୟକତା କେବଳ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ରହୁଛି। ତେଣୁ ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଡର ବ୍ୟବହାର କରାଯାଉଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ଷ୍ଟେରଡ ଏକ ଡ୍ରଗ୍ସ ଯାହା ରୋଗୀଙ୍କୁ ଠିକ ସମସ୍ୟାରେ ଏବଂ ଠିକ ମାତ୍ରାରେ ଦେବାର ଆବଶ୍ୟକତା ରହିଛି । ଯଦି ଯାହାର କରୋନା ଲକ୍ଷଣ ନଥାଇ ତାଙ୍କୁ ଷ୍ଟେରଡ ଦିଆଗଲା ତେବେ ଏହା କ୍ଷତି କରିବାର ଆଶଙ୍କା ରହିଛି। ଯେଉଁମାନେ ଅକ୍ସିଜେନ ଓ ଭେଣ୍ଟଲେଟର ଚିକିତ୍ସା ପାଇଁ ଯାଉଛନ୍ତି ସେମାନଙ୍କୁ 10 ଦିନ ମଧ୍ୟରେ ଷ୍ଟେରଡ଼ ଦିଆଯିବ ।

ଯାହାକୁ ନେଇ ଭାରତ ସରକାର ଏକ ଗାଇଡ଼ ଲାଇନ ଜାରି କରିଛି । ଷ୍ଟେରଡ ଅଧିକ ଡୋଜ ନେଲେ ଇନଫେକସନ ହେବାର ଯଥେଷ୍ଟ ଆଶଙ୍କା ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଘରୋଇ ହସ୍ପିଟାଲରେ ଠିକ ଭାବରେ ରୋଗୀଙ୍କୁ ଷ୍ଟେରଡ ଦିଆଯାଉଛି କି ନାହିଁ ତାହା ନିରୀକ୍ଷଣ କିରବା ଆବଶ୍ୟକ ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.