ETV Bharat / city

ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ, ରୋଜଗାର ହରାଇ ଚିନ୍ତାରେ କର୍ମଚାରୀ - ଭୁବନେଶ୍ବର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ

ଭୁବନେଶ୍ବର ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲରେ ବୁଲିଲା ବୁଲଡୋଜର । ସିଲ ହେବା ସତ୍ତ୍ବେ ବେଆଇନ ଭାବେ ଦୋକାନ ଖୋଲି ବେପାର କରିବାରୁ ବିଏମସି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଧିକ ପଢ଼ନ୍ତୁ

eviction drive at kishore bhaina hotel near doordarshan kendra bhubaneswar
ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ, ରୋଜଗାର ହରାଇ ଚିନ୍ତାରେ କର୍ମଚାରୀ
author img

By

Published : Sep 16, 2022, 12:56 PM IST

Updated : Sep 16, 2022, 2:22 PM IST

ଭୁବନେଶ୍ବର: ରାଜଧାନୀ ଦୂରଦର୍ଶନ ସ୍ଥିତ କିଶୋର ଭାଇନା ମଟନ ହୋଟେଲରେ ଚଢ଼ିଲା ବୁଲଡୋଜର । ବୁଧବାର ବିଏମସି ଏବଂ ଖାଦ୍ୟ ନିରାପତ୍ତା ଟିମ ଚଢ଼ାଉ କରି ସିଲ କରିଥିଲା । ଏହା ସତ୍ତ୍ବେ ଗୁରୁବାର ଦୋକାନ ଖୋଲି ବିକ୍ରି କରୁଥିଲେ । ସରକାରୀ ଜମିରେ ବେଆଇନ ଭାବେ ତିଆରି ହୋଇଥିବା ହୋଟେଲକୁ ସିଲ ପରେ ପୁଣି ହୋଟେଲ ଖୋଲି ବେପାର କରୁଥିବାରୁ ବଏମସି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଜେସିବି ବୁଲାଇ କିଶୋର ଭାଇନା ହୋଟେଲକୁ ମାଟିରେ ମିଶାଇ ଦେଇଛନ୍ତି ।

ମାଟିରେ ମିଶିଲା କିଶୋର ଭାଇନା ମଟନ ହୋଟେଲ

ସୂଚନା ଯୋଗ୍ୟ, ବୁଧବାର ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ମଟନ ଦୋକାନରେ ଭୁବନେଶ୍ୱର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଟିମ ଚଢ଼ାଉ କରିଥିଲା । ଖରାପ କଙ୍କଡା ଜବତ କରିବା ସହିତ ଏକ୍ସପାଏରି ସସ ଏବଂ ଖାଦ୍ୟରେ ପଡୁଥିବା ରଙ୍ଗ ଜବତ ହୋଇଥିଲା । ଖାଦ୍ୟର ମାନ ଏବଂ ଖରାପ ପରିବେଶରେ ଏହା ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିଦେଇଥିଲା । ଫୁଡ୍‌ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନଥିଲା । ବିନା ଲାଇସେନ୍ସରେ ଢାବା ଖୋଲିଲେ ଅପରାଧିକ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ପୁଣି 4ଟି ଫୁଡଷ୍ଟଲ ସିଲ କଲା ବିଏମସି

ଏସବୁ ସତ୍ତ୍ବେ ବିଏମସି ଆଇନକୁ ଆଖିଠାର ମାରି ବୁଧବାର ବନ୍ଦ କରାଯାଇଥିବା କିଶୋର ଭାଇନାଙ୍କ ମାଂସ ହୋଟେଲକୁ ଗୁରୁବାର ପୁଣି ବେପାର ହେଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ଗୁରୁତର ସହ ନେଇ ଆଜି ବିଏମସି ଏଭଳି ପଦକ୍ଷେପ ଗ୍ରହଣ କରିଛି । ସେପଟେ ହୋଟେଲରେ ବୁଲଡୋଜର ଚଢିବା ପରେ ପ୍ରତିକ୍ରିୟା ରଖିଛନ୍ତି କିଶୋର । ଭୁବନେଶ୍ବର ଛାଡି ଗାଁରେ ଯାଇ ବେପାର କରିବି । ତେବେ ହୋଟେଲରେ କାମ କରୁଥିବା 35ରୁ ଉର୍ଦ୍ଧ୍ବ କର୍ମଚାରୀ କାମ ହରାଇବା ପରେ ଚିନ୍ତାରେ । କିଭଳି ଘର ଚଳାଇବେ ବୋଲି ପ୍ରଶ୍ନ କରିଛନ୍ତି । ବିନା ନୋଟିସରେ ଏବଂ କିଛି ସମୟ ନଦେଇ ହଠାତ୍‌ ବେଉସା ଓଜାଡ଼ି ଦେବା କାର୍ଯ୍ୟରତ କର୍ମଚାରୀ ନିନ୍ଦା କରିଛନ୍ତି ।

ଦିନକୁ 200 କେଜି ରନ୍ଧା ହେଉଥିଲା ଖାସି ମାଂସ

ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍‌ ପ୍ରସିଦ୍ଧ । ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ । ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍‌ କାହିଁରେ କେତେ । ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ତେଣୁ କାହିଁକି ବା ସେ ତାଙ୍କ ବେପାର ମାନ୍ଦା କରିବେ । ତେଣୁ ବିଏମସିର କାର୍ଯ୍ୟ ବନ୍ଦର ପରଦିନ ପୁଣି ଖୋଲା ହୋଇଥିବାରୁ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 16, 2022, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.