ETV Bharat / city

ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କ ହେବ କୋଭିଡ‌ ଟେଷ୍ଟ - president ramnath covinda

ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ କୋଭିଡ‌ ଟେଷ୍ଟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

Everyone who goes to the president will have a covid test
ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ କୋଭିଡ‌ ଟେଷ୍ଟ
author img

By

Published : Mar 15, 2021, 10:00 PM IST

ଭୁବନେଶ୍ବର : ଆସନ୍ତା 21 ତାରିଖରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଲାଗି ଆରମ୍ଭ ହୋଇଛି ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି । ଏନେଇ ଆଜି(ସୋମବାର) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବର୍ଲ୍ଲା ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ସେବା ଯୋଗାଣକାରୀଙ୍କର ହେବ ଆରଟିପିସିଆର୍ ଟେଷ୍ଟ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସ୍ବାସ୍ଥ୍ୟ ବିଭାଗ ଏବଂ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଉରକେଲାରେ ହେବାକୁ ଥିବା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ମଞ୍ଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ ଏବଂ ମଞ୍ଚ ଉପରୁ ଯିବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ ହେବ କୋଭିଡ ଟେଷ୍ଟ ।

ବିମାନ ବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଧିଷ୍ଟ ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀମାନଙ୍କର କୋଭିକ୍ଟ ଟେଷ୍ଟ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ବିମାନବନ୍ଦରରୁ ଆରମ୍ଭ କରି ସଭାସ୍ଥଳ ଏବଂ ରହଣୀ ସ୍ଥାନ ଆଦି ସମସ୍ତ ସ୍ଥାନରେ କୋଭିଡ଼ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର ।

ରାଷ୍ଟ୍ରପତି ୨୧ ତାରିଖ ଦିନ ରାଉରକେଲା ଏନ୍ଆଇଟିର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେହିଦିନ ରାଉରକେଲା ଇସ୍ପାତ କାରଖାନାର ସୁପର ସ୍ପେସାଲିଟି ଡ଼ାକ୍ତରଖାନା ଉଦଘାଟନ କରିବେ । ପରଦିନ ରାଷ୍ଟ୍ରପତି ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ଏବଂ ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଏହି ଗସ୍ତ ଓ ସମସ୍ତ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ ଓ ଏସ୍ଓପି ଅନୁସାରେ ସମସ୍ତ ଆୟୋଜନ ନିର୍ଭୁଲ ଭାବେ କରିବା ଲାଗି ଆଗୁଆ ଡ୍ରାଏରନ୍ କରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗ ଏବଂ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସ ଡିଜି ଶ୍ରୀ ଅଭୟ କୁମାର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଟ୍ଵିନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ଝାରସୁଗୁଡା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାପାଳ, ଏନଆଇଟି ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନଫେରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.