ETV Bharat / city

ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା, ଧରାପଡିଲା ମାଷ୍ଟରମାଇଣ୍ଡ

author img

By

Published : May 6, 2022, 4:27 PM IST

Updated : May 6, 2022, 6:03 PM IST

ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା । କ୍ରାଇମବ୍ରାଞ୍ଚ EOW ହାତରେ ଧରାପଡିଲା ମାଷ୍ଟରମାଇଣ୍ଡ । ଅଧିକ ପଢନ୍ତୁ

ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା, ଧରାପଡିଲା ମାଷ୍ଟରମାଇଣ୍ଡ
ମୋବାଇଲ ଆପ୍‌ରେ ଋଣ ଦେଇ ଠକେଇ ଘଟଣା, ଧରାପଡିଲା ମାଷ୍ଟରମାଇଣ୍ଡ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ EOW ହାତରେ ମୋବାଇଲ ଆପ୍‌ରେ ଋଣ ଦେଉଥିବା ଠକ । କୋକୋ ଜୋଜୋ ଆପ୍‌ର ମାଷ୍ଟର ମାଇଣ୍ଡ ମହମ୍ମଦ ଜାଭେଦ ସାଇଫି ଗିରଫ ହୋଇଛି । ଉତ୍ତରପ୍ରଦେଶରୁ ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ । ଗିରଫ ପରେ ଅଭିଯୁକ୍ତକୁ ଗାଜିଆବାଦ CJMରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ଓଡିଶା ଆଣୁଛି ଇଓଡବ୍ଲୁ ଟିମ ।

ଏହି ଅଭିଯୁକ୍ତ ଜଣକ ଜୋଜୋ ଓ କୋକୋ ଆପ୍‌ ଜରିଆରେ ଲୋକଙ୍କୁ ଋଣ ଦେଇ ଠକେଇ ଟଙ୍କାକୁ IWT ଫାର୍ମକୁ ଟ୍ରାନ୍ସଫର କରି ଫାଇଦା ନେଉଥିଲେ । ଏହି ଫାର୍ମର ମାଲିକ ଯିଏକି ଠକେଇ ପାଇଁ ଦୁଇ ଆପକୁ କମିଶନ ହିସାବରେ ଟଙ୍କା ଦେଉଥିଲେ । ତେବେ ଲୋକଙ୍କୁ ଠକେଇ ଉଦ୍ଦେଶ୍ୟରେ ଅନଲାଇନରେ ଋଣ ଦେଉଥିଲେ । ଏହି ୨ ଆପ୍‌ ଜରିଆରେ ମିଳୁଥିଲା ଲୋକଙ୍କୁ ଋଣ । ଇନଷ୍ଟାଣ୍ଟ ଋଣ ଦେବା ଆଳରେ ସହଜ ଉପାୟରେ ଆପ୍‌ ଡାଉନଲୋଡ କରି ଲୋକଙ୍କୁ ମିଳୁଥିଲା ଟଙ୍କା ।

ଏହା ବି ପଢନ୍ତୁ- ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ, ଲୁଟିଥିଲା ୭ କୋଟି ଟଙ୍କା

ଲୋକେ ଲୋଭରେ ପଡ଼ି ଆପ୍‌ ଡାଉନଲୋଡ୍‌ କରି ନେଉଥିଲେ ଋଣ । ଏହି ଆପ୍‌ ଜରିଆରେ ମୁଣ୍ଡପିଛା ୩ରୁ ୫ହଜାର ଟଙ୍କାର ଋଣ ମିଳୁଥିଲା । ଆଉ ଠକେଇ ପାଇଁ ହେଉଥିଲା ପ୍ଲାନ । ଋଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍ । ଋଣ ପୈଠ ପାଇଁ ମନଇଚ୍ଛା ସୁଧରେ ଗ୍ରାହାକଙ୍କ ଉପରେ କରୁଥିଲା ଜୁଲମ । ଆଉ ଯେତିକି ଋଣ ତା'ଠାରୁ ୨ରୁ ୩ ଗୁଣା ଅସୁଲ କରୁଥିଲା ସଂସ୍ଥା । ତାହା ପୁଣି ଦେଉଥିଲେ ଗୋଟିଏ ଆପରେ ଋଣ ଆଉ ଗୋଟିଏ ଆପ ଜରିଆରେ ନେଉଥିଲେ ଟଙ୍କା । ଅର୍ଥାତ ଗ୍ରାହକଙ୍କୁ ଠକିବା ପାଇଁ ପୁରା ଚକ୍ରାନ୍ତ ରଚିଥିଲେ ଦୁଇ କମ୍ପାନୀ ।

ଏନେଇ ଅନେକ ଗ୍ରାହାକଙ୍କୁ ଋଣ ପୈଠ ଆଳରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଘରୁ ଉଠାଇନେବାର ଧମକ ସହ ସମ୍ପର୍କୀୟଙ୍କୁ ଫୋନ କରି ବଦନାମ କରୁଥିଲା ସଂସ୍ଥା । ଏନେଇ କଲ ସେଣ୍ଟର କରି ଗାଳି କରିବା ପାଇ ପିଲାଙ୍କୁ ନିଯୁକ୍ତ କରିଥିଲା । ଇଓଡବ୍ଲୁ ନିକଟରେ ଏ ନେଇ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ଚଢାଉ କରିଥିଲା । ଏହି ଆପ ଚଲାଉଥିବା ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ଉପରେ ଚଢାଉ କରିଥିଲା ।

ଏନେଇ କମ୍ପାନୀ ବ୍ୟବହାର‌ ହେଉଥିବା ଆକାଉଣ୍ଟକୁ ଅଚଳ କରିବା ପରେ ୬କୋଟି ୫୭ଲକ୍ଷ ୩୪ହଜାର ୮୩୯ ଟଙ୍କା ଜବତ ହୋଇଥିଲା । ଏ ନେଇ ବେଆଇନ ଲୋନ ଆପ ଚଳାଇବା ଅଭିଯୋଗରେ NBFC ଆଧାରରେ RBI ଆକ୍ଟରେ କେସ କରି ତଦନ୍ତ ଜାରି ‌ରଖିଛି ଇଓଡବ୍ଲୁ । ଏହି ଠକେଇର ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହୋଇଛି ଟିମ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 6, 2022, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.