ETV Bharat / city

ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା କୃତି, ଚକ୍ ଖଡ଼ିରେ ତିଆରି କଲେ ବିଶ୍ୱର କ୍ଷୁଦ୍ର ରଥ - smallest chariot made by chalk

ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା କୃତି । ଚକ୍ ଖଡ଼ିରେ ତିଆରି କଲେ ବିଶ୍ବର ସବୁଠାରୁ କ୍ଷୁଦ୍ର ରଥ । ଅଧିକ ପଢନ୍ତୁ...

ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା କୃତି, ଚକ୍ ଖଡ଼ିରେ ତିଆରି କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ

author img

By

Published : Jul 12, 2021, 8:04 AM IST

ଭୁବନେଶ୍ବର: ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା କୃତି । ଚକ୍ ଖଡ଼ିରେ ତିଆରି କଲେ ବିଶ୍ବର ସବୁଠାରୁ କ୍ଷୁଦ୍ର ରଥ । ଭଗବାନଙ୍କୁ ଯିଏ ଯେଉଁଠି ଡାକିଥାଏ ଆଉ ଯେଉଁଭଳି ଭାବନାରେ ସଜେଇଥାଏ ସେ ତା’ର ଡାକ ଶୁଣିଥାନ୍ତି । ସେମିତି ଜଣେ ଭକ୍ତ ହେଉଛନ୍ତି ଶିବାଶିଷ ପଣ୍ଡା ।

ଇଞ୍ଜିନିୟରିଂ ଛାତ୍ରଙ୍କ ନିଆରା କୃତି, ଚକ୍ ଖଡ଼ିରେ ତିଆରି କଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ

ଭାବ ବିନୋଦିଆ ଜଗନ୍ନାଥ ପାଇଁ ଅତି ଆଦରରେ ସେ ଚକ୍ ଖଡ଼ିରେ କୁନି ରଥ ଗଢ଼ିଛନ୍ତି । କଳା ଠାକୁରଙ୍କ ପାଇଁ ଅତି ଆଦରରେ ସେ ଏକ କୁନି ରଥ ଗଢ଼ିଛନ୍ତି । ଯାହାକୁ ବିଶ୍ବର ସବୁଠାରୁ କ୍ଷୁଦ୍ର ରଥ କହିଲେ ଭୁଲ ହେବନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ରଥ କୌଣସି କାଠରେ ତିଆରି ହୋଇନାହିଁ, ବରଂ ଏହା ତିଆରି ହୋଇଛି ଚକ୍ ଖଡ଼ିରେ । ଏହି ରଥର ଉଚ୍ଚତା ରହିଛି 1 ଇଞ୍ଚ ।

ରଥ ଭିତରେ ଥିବା ଜଗନ୍ନାଥଙ୍କ ଉଚ୍ଚତା 1.5mm । ଜଗନ୍ନାଥଙ୍କ ସାରଥୀଙ୍କ ଉଚ୍ଚତା ରହିଛି 3mm । ଆଉ ସେହି ରଥରେ ଲାଗିଛି ବାନା ସାଙ୍ଗକୁ ଓଲଟ ପାରା, ଡାହୁକ ଏବଂ ଘୋଡା ସାଙ୍ଗକୁ ରହିଛନ୍ତି ସାରଥୀ । ରଥ ଭିତରେ ବସିଛନ୍ତି ଜଗତର ନାଥ ଜଗନ୍ନାଥ । ଏହି ରଥ ତିଆରି କରିବା ବେଳେ ସେ ଅନେକ ଥର ଏହାକୁ ଭାଙ୍ଗିଛନ୍ତି । ଥରେ ଭାଙ୍ଗିବା ପରେ ପୁଣି ଥରେ ପ୍ରଥମରୁ ଆରମ୍ଭ କରିବାକୁ ପଡୁଥିଲା । ଶେଷରେ 5ମ ଦିନ ରାତି ଲାଗି କରିବା ପରେ ସମ୍ପୂର୍ଣ୍ଣ ହୋଇଛି କୁନି ରଥ ତିଆରି । ଏହି ରଥ ତିଆରି ସମୟରେ ଶିବାଶିଷଙ୍କୁ ପରିବାର ପକ୍ଷରୁ ବେଶ ସହଯୋଗ ମିଳିଛି । ତେବେ ରଥଟି ବେଶ ସୁନ୍ଦର ଦେଖାଯିବ ସହ ଲୋକଙ୍କ ମନକୁ ପସନ୍ଦ ଆସୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.