ETV Bharat / city

ସାରସ୍ବତ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଓଡିଆ ସାହିତ୍ୟିକ ମହଲରେ ଶୋକର ଛାୟା

author img

By

Published : Apr 28, 2021, 9:39 PM IST

ପ୍ରଖ୍ୟାତ ସହିତ୍ୟିକ କଥା ସାରସ୍ବତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ତବ୍ଦ ହୋଇଯାଇଛି ଓଡିଆ ସାହିତ୍ୟିକ ମହଲ । ଅଧିକ ପଢନ୍ତୁ...

ସାରସ୍ବତ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଓଡିଆ ସାହିତ୍ୟିକ ମହଲରେ ଶୋକର ଛାୟା
ସାରସ୍ବତ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଓଡିଆ ସାହିତ୍ୟିକ ମହଲରେ ଶୋକର ଛାୟା

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ କଥା ସାରସ୍ବତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ତବ୍ଦ ହୋଇଯାଇଛି ଓଡିଆ ସାହିତ୍ୟିକ ମହଲ । ତେବେ ଶ୍ରୀ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଅନେକ ସାହିତ୍ୟିକ, ପାଠକ ଓ ବୁଦ୍ଧିଜୀବୀ ।

ସାରସ୍ବତ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଓଡିଆ ସାହିତ୍ୟିକ ମହସାରସ୍ବତ ସାଧକ ମନୋଜ ଦାସଙ୍କ ଦେହାନ୍ତରେ ଓଡିଆ ସାହିତ୍ୟିକ ମହଲରେ ଶୋକର ଛାୟାଲରେ ଶୋକର ଛାୟା

ମନୋଜ ଦାସ ନିଜ ସାରସ୍ବତ ସାହିତ୍ୟ ସାଧନା ପାଇଁ ଦେଶ ବିଦେଶରେ ସାଉଁଟିଥିଲେ ଅଜସ୍ର ସମ୍ମାନ ଓ ବହୁମୁଖି ପ୍ରତିଭାର ପରିଚୟ । ୨୦୦୦ ମସିହାରେ ସେ ସମ୍ମାନଜନକ ସରସ୍ବତୀ ସମ୍ମାନ , ୨୦୦୧ରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମଭୂଷଣ ଉପାଧି ପାଇଥିଲେ । ସେହିପରି ସେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ସହ ଫେଲୋସିପ ମଧ୍ୟ ପାଇଥିଲେ । ତାଙ୍କର ବିଶିଷ୍ଟ କାଳଜୟୀ ସାହିତ୍ୟକୃତି ମଧ୍ୟରେ ପ୍ରମୁଖ ହେଲା ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଉପକଥା ଶତକ, ଆବୁପୁରୁଷ, ଶେଷ ବସନ୍ତର ଚିଠି, ଆରଣ୍ୟକ, ଲକ୍ଷ୍ମୀର ଅଭିସାର ପ୍ରମୁଖ ।

ସାହିତ୍ୟ ସାଧନା ସହ ସେ ପୁଡୁଚେରୀରେ ଶ୍ରୀ ଅରବିନ୍ଦ ଆଶ୍ରମ ସହ ଜଡିତ ହୋଇ ରହିଥିଲେ । ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ବିଶ୍ବ ବିଦ୍ୟାଳୟରେ ମନୋଜ ଦାସ ଇଂରାଜୀ ସାହିତ୍ୟ ଓ ଶ୍ରୀ ଅରବିନ୍ଦ ଦର୍ଶନରେ ଶିକ୍ଷାଦାନ ମଧ୍ୟ କରିଥଲେ । ତେଣୁ ସେ ଚେତନା ସ୍ବରୂପି ଅରବିନ୍ଦ ଥିଲେ ବୋଲି କହିଛନ୍ତି ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ । ସେହିପରି ମନୋଜ ଦାସଙ୍କୁ ରୁଷି ବୋଲି ସମ୍ବୋଧନ କରିଛନ୍ତି ସାହିତ୍ୟିକ ରାମନାଥ ରଥ। ସେହିପରି ସାହିତ୍ୟିକ ତରୁଣକାନ୍ତି ମିଶ୍ର କହିଛନ୍ତି ଯେ ସେ ସାହିତ୍ୟର ଜଣେ ଅନନ୍ୟ ସାଧକ ତାଙ୍କର ଅବର୍ତ୍ତମାନରେ ବିକଳ୍ପ ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.