ଭୁବନେଶ୍ବର: କୋରୋନା ସଙ୍କଟ ସମୟରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଅଗଷ୍ଟ 9 କ୍ରାନ୍ତି ଦିବସରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମ ।


ରାଜ୍ୟର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଗତ 7 ଦିନରେ ପ୍ରାୟ 14 ହଜାର 839 ୟୁନିଟ ରକ୍ତ ସଂଗ୍ରହ ହୋଇଛି । ତେବେ କଟକ ଜିଲ୍ଲାରୁ ସର୍ବାଧିକ 1166 ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଏଭଳି କଠିନ ସମୟରେ ରକ୍ତ ଦାନ କରିଥିବାରୁ ଟ୍ବିଟ୍ କରି ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ