ETV Bharat / city

DNA ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା, 34ଟି ହାତୀର ହୋଇଛି ସଫଳ ପରୀକ୍ଷଣ - ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ଡିଏନଏ ଫ୍ରୋଫାଇଲିଂ

ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା । ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ବନ୍ୟଜନ୍ତୁଙ୍କ ଡିଏନଏ ଫ୍ରୋଫାଇଲିଂ । ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ସଂଗ୍ରହ କରାଯାଉଛି ନମୁନା । ଅଧିକ ପଢ଼ନ୍ତୁ

ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା
ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା
author img

By

Published : Sep 3, 2022, 10:53 PM IST

ଭୁବନେଶ୍ବର : ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା । ଏ ପର୍ଯ୍ୟନ୍ତ 34ଟି ହାତୀର ହୋଇଛି ସଫଳ ପରୀକ୍ଷଣ। ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ବନ୍ୟଜନ୍ତୁଙ୍କ ଡିଏନଏ ଫ୍ରୋଫାଇଲିଂ। ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ସଂଗ୍ରହ କରାଯାଉଛି ନମୁନା । ହାତୀର ମଳ ଓ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇ ସଫଳତା ମିଳିଛି ।

ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା

ପରବର୍ତ୍ତୀ ସମୟରେ ବାଘଙ୍କ ମଳରୁ ମଧ୍ୟ ପରୀକ୍ଷା କରାଯିବ । ଡିଏନଏ ଫ୍ରୋଫାଇଲିଂ ଜରିଆରେ ହେବ ବନ୍ୟା ଜନ୍ତୁ ଗଣନା । ଏନେଇ ଓୟୁଏଟିର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ର ଅଭିନବ ପ୍ରୟାସ କରିଛି । ଚିକିତ୍ସା କେନ୍ଦ୍ରର ସଂଯୋଜକ ଡାକ୍ତର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ବନ୍ୟଜନ୍ତୁଙ୍କ ଡିଏନଏ ଫ୍ରୋଫାଇଲିଂ।

ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ସଂଗ୍ରହ କରାଯାଉଛି ନମୁନା । ହାତୀର ମଳ ଓ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇ ସଫଳତା ମିଳିଛି । ଏପର୍ଯ୍ୟନ୍ତ ସଂଗ୍ରହ ହୋଇଥିବା ନମୁନାରୁ 34 ଟି ହାତୀର ନମୁନା ସଫଳତା ମିଳିଛି । ସେହିପରି ସମ୍ୱଲପୁର, ଆଠଗଡ଼ ଓ ସାତକୋଶିଆ ବନଖଣ୍ଡର ୭ଟି ସ୍ଥାନରୁ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇଛି ।

ଡିଏନଏ ଫ୍ରୋଫାଇଲିଂ ପାଇଁ ସ୍ବତନ୍ତ୍ର କୀଟ ବ୍ୟବହାର କରାଯାଉଛି । ଏହି ଘଟଣାରେ ହାଇକୋର୍ଟରେ ମାମଲା ଚାଲୁଥିବା କାରଣରୁ ଏହାର ଫଳାଫଳ ଘୋଷୋଣା କରାଯାଇନାହିଁ । ଏଥିପାଇଁ ଓୟୁଏଟିରେ ପ୍ରତିଷ୍ଠା ହୋଇଛି ସ୍ଵତନ୍ତ୍ର ଅତ୍ୟାଧୁନିକ ଲାବାରେଟୋରୀ । ଏଣିକି ଗୋଟିଏ ଲେଖାଁଏ ହାତୀର ଡିଏନଏ ଫ୍ରୋଫାଇଲିଂ କରାଯିବ ।

ଫଳରେ ସମ୍ପୃକ୍ତ ହାତୀର ଗତିବିଧି, ହାତୀ ମୃତ କି ଜୀବିତ ଓ ସେ କେଉଁ ବନ ଖଣ୍ଡର ତାହା ନିର୍ଭୁଲ ଭାବରେ ଜଣାପଡ଼ିବ । ଏହି ପରୀକ୍ଷଣ ପାଇଁ ଆସିଛି ସ୍ଵତନ୍ତ୍ର କିଟ୍ । ଏହି କିଟ୍ ସାହାଯ୍ୟରେ ହାତୀ କଙ୍କାଳରୁ ଡିଏନଏ ଜଣାପଡିବ । ସେଥିରୁ ମଧ୍ୟ ମଲିକୁଲାର ଲେବୁଲ ଜଣାପଡିବ । ତେବେ ଏହି କୀଟ ଆମେରିକା ଜର୍ମାନ ଏବ ବିଭିନ୍ନ ଦେଶରୁ ଆସିଛି । ଏନେଇ ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ପୂର୍ବରୁ ଡିଏନଏ ଫ୍ରୋଫାଇଲିଂ ସାମ୍ପୂଲର ଟେଷ୍ଟ 2ଟି ହାତୀର କରାଯାଇଥିଲା । ଏହାର ଜିନମ ସିକ୍ୟୁଏଂସିଙ୍ଗ ସଫଳତା ଭାବରେ କରାଯାଇଛି । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ପୁଲ ନିଆଯିବ । ଏହା ଭିତରେ ରହିଛି ହାତୀର ମଳ, ଚର୍ମ, ଲାଳ, ରକ୍ତ, ମାଂସ, ହାଡ ପରି ଦେହରେ ଯେତେ ବିଭିନ୍ନ ଟିସୁ ରହିଛି ସବୁ ଗୁଡ଼ିକକୁ ସଂଗ୍ରହ କରାଯାଇଛି ।

ବର୍ତ୍ତମାନ 34ଟି ହାତୀର ଡିଏନଏ ଫ୍ରୋଫାଇଲିଂ କରାଗଲାଣି । ରାଜ୍ୟରେ ଥିବା ବିଭିନ୍ନ ବନଖଣ୍ଡରୁ ଯେଉଁ ସାମ୍ପୁଲ ଆସୁଛି ତାହାକୁ ପ୍ରାଥମିକ ଭାବରେ ଗୁରୁତ୍ଵ ଦିଆଯାଉଛି । ଏହାପରେ ବିଭିନ୍ନ ବନଖଣ୍ଡକୁ ଏକ ଟିମ ଯିବ । ବନଖଣ୍ଡରୁ ହାତୀଙ୍କ ମଳ ସଂଗ୍ରହ କରିବା ପାଇଁ ଚେଷ୍ଟା କରାଯିବ । ସେହି ମଳରୁ ଡିଏନଏ ଫ୍ରୋଫାଇଲିଂ ଟେଷ୍ଟ କରାଯିବ ।

ବର୍ତ୍ତମାନ ଏହାର ଲ୍ୟାବ ଅଗଷ୍ଟ ମାସରେ ଉଦଘାଟନ ହୋଇଛି । ଯାହାଫଳରେ ଖୁବଶୀଘ୍ର ଟେଷ୍ଟ ସଫଳତା ସହିତ କରାଯିବ ସେନେଇ କାର୍ଯ୍ୟ କରାଯାଉଛି । ପରବର୍ତ୍ତୀ ସମୟରେ ବାଘର ମଧ୍ୟ ଡିଏନଏ ଫ୍ରୋଫାଇଲିଂ କରାଯିବ। ଏହା ଭିତରେ ଗୋଟିଏ ବାଘର ଡିଏନଏ ଫ୍ରୋଫାଇଲିଂ କରାଯାଇଛି । ତାହା ସଫଳ ସହିତ କରାଯାଇଥିବା ସୂଚନା ଦେଇଛନ୍ତି ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ନିରଞ୍ଜନ ସାହୁ ।

ଅନ୍ୟପଟେ ଯେଉଁ ମାନେ ହାତୀ ଓ ବିଶେଷ ଭାବରେ ବାଘ ଶିକାର କରୁଛନ୍ତି ସେମାନେ ମଧ୍ୟ କେଉଁ ବନଖଣ୍ଡରୁ ଶିକାର କରିଛନ୍ତି ସେ ନେଇ ମଧ୍ୟ ସୂଚନା ମିଳିପାରିବ । ଯାହା ଦ୍ଵାରା ଶିକାରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.