ଭୁବନେଶ୍ବର : ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଜୁଳି ଦର ଅଧିକ ରହିଛି । ରାଜ୍ୟ ସରକାର ଝିଣ୍ଟିକା ମାରି ବଣି ପୋଷୁଥିବା ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର ।
ପ୍ରେସ କନଫରେନ୍ସରେ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି । ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦୁଛନ୍ତି ରାଜ୍ୟ ସରକାର । ସେ କହିଛନ୍ତି ଓଏଚପିସି, ଓପିଜିସି, ଓ ଗ୍ରୀଡକୋଙ୍କ ହିସାବ ଦେଖିଲେ, ଲାଗୁନି ସାଧାରଣ ଜନତାଙ୍କ ପାଇଁ ରାଜ୍ୟ ସରକାର ମୌଳିକ ସୁବିଧା ଯୋଗାଉଛନ୍ତି । ଏହି କ୍ରମରେ ସେ ଅନ୍ୟ ରାଜ୍ୟର ଉଦାହରଣ ମଧ୍ୟ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ 1.45, ଗୋଆ 1.40, ମହାରାଷ୍ଟ୍ର 90 ପଇସା, ତାମିଲନାଡ଼ୁ 1.50 ଓ ତେଲେଙ୍ଗାନା1.45ରେ ବିଜୁଳି ଦେଉଛନ୍ତି । ଓଡ଼ିଶା ଶିଳ୍ପପ୍ରତିଷ୍ଠାନଙ୍କଠାରୁ ଅଧିକ ନେଉଛି, ଛୋଟ ଓ ବଡ଼ ଶିଳ୍ପ ପାଇଁ ସମାନ ଦର । OHPC ଦର୍ଶାଉଛି, ଟିକସ କ୍ଷମା କରନ୍ତୁ, ନହେଲେ ଦର ବଢ଼ାଇବା
ସେହିପରି ଗ୍ରୀଡକୋ ଯେଉଁ କମ୍ପାନୀମାନଙ୍କୁ ବିତରଣ ଦେଇଛି, ସେମାନଙ୍କୁ 2908 କୋଟି ବିଶ୍ବ ବ୍ୟାଙ୍କ ପକ୍ଷରେ ଦିଆଯାଇଛି। 3937କୋଟି ଗ୍ରୀଡକୋକୁ ପୈଠ କରିନାହାଁନ୍ତି ବିତରକ କମ୍ପାନୀ । କମ୍ପାନୀଙ୍କ ଠାରୁ ଆଦାୟ ନ କରି, ଲୋକଙ୍କ ପାଇଁ ଦର ବଢ଼ାଉଛନ୍ତି । ବିଦ୍ୟୁତ ବଳକା ରାଜ୍ୟ ବୋଲି ବିଧାନସଭାରେ କହିଲେ, ହେଲେ ପରେ କିଣିଲେ । OHPCକୁ ଜଳ ସେସ ବାବଦକୁ 5525 କୋଟି ଟଙ୍କା ଛାଡ଼ କଲେ ସରକାର । 1874କୋଟି 26 ବଡ କମ୍ପାନୀ ଉପରେ ବାକି ରହିଛି । କୋର୍ଟ ନାଁରେ ଆଦାୟ କରୁନାହାଁନ୍ତି । 332 କମ୍ପାନୀ ଉପରେ ଜଳ କର 515 କୋଟି ଆଦାୟ ହୋଇନି ବୋଲି ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର ।
ଲୋକଙ୍କ ଉପରେ ଦର ବଢାଇବା କେତେ ଯୁକ୍ତିଯୁକ୍ତ । ଗରିବଙ୍କ ବିଦ୍ୟୁତ କାଟ କରୁଛନ୍ତି ରାଜ୍ୟସରକାର । ଓଡ଼ିଆରେ ବିତରଣ କ୍ଷତି 40ପ୍ରତିଶତ । ଦିଲ୍ଲୀ ଓ ଗୁଜୁରାଟରେ କେବଳ 12 ପ୍ରତିଶତ । ନିଜ ବିତରଣ ସୁଧାରୁ ନାହାଁନ୍ତି ସରକାର ବୋଲି ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର । 12ହଜାର କୋଟିରୁ ଅଧିକ କ୍ଷତି ବିଦ୍ୟୁତ ବିଭାଗ ସହୁଛି ।
ଆଗକୁ ମାଟ୍ରିକ ପରୀକ୍ଷା। ପିଲା ଯେମିତି ହଇରାଣ ନ ହୁଅନ୍ତୁ ବୋଲି କହିଛନ୍ତି ଗୋଲକ ମହାପାତ୍ର । ଧନୀଙ୍କଠାରୁ ଆଦାୟ କର। ଆମେ ମାଗଣା ବିଜୁଳି କଥା କହୁନୁ । ଭୁଲ ବିଲ ଯାଇଛି ଠିକ କରନ୍ତୁ, ଖୁଣ୍ଟ ଭାଙ୍ଗିଥିଲେ ଠିକ୍ କରନ୍ତୁ, ସମୟ ଦିଅନ୍ତୁ ଲୋକଙ୍କୁ । କମ ବିଲ ଥିବା ବେଳେ ଆଦାୟ କଲେନି । ହେଲେ ଅଧିକ ହେବା ଯାଏ କାହିଁକି ଅପେକ୍ଷା କଲେ, ଜବାବ ଦିଅନ୍ତୁ ରାଜ୍ୟ ସରକାର ବୋଲି ଗର୍ଜିଛନ୍ତି ଗୋଲକ । OERC ଶୁଣାଣି ଚାଲିଛି, ତେଣୁ ବିଜେପି ଦାବି କରୁଛି ଆହୁରି କମ କରନ୍ତୁ । ବିତରକ କମ୍ପାନୀଙ୍କଠାରୁ ଟଙ୍କା ଆଦାୟ କର।ଯାଉ ବୋଲି କହିଛନ୍ତି ଗୋଲକ ମହାପାତ୍ର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ