ETV Bharat / city

ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ: ବିଜେଡି - ବିଦ୍ୟୁତ ଦରବୃଦ୍ଧି ଖବର

ବିଜୁଳି ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏହାକୁ ନେଇ ବିଜେଡି ମୁଖପାତ୍ର ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ୍ ଦରବୃଦ୍ଧି ଓଡିଶାଠାରୁ ଢେର ଅଧିକ ରହିିଛି ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

electric price hike issue bjd slams bjp
ବିଜୁଳି ଦର ବୃଦ୍ଧି କଥା ବିଜେପି କହିବା ହାସ୍ୟାସ୍ପଦ : ବିଜେଡି
author img

By

Published : Apr 3, 2021, 7:02 AM IST

ଭୁବନେଶ୍ବର: ବିଜୁଳି ଦର ବୃଦ୍ଧି ନେଇ ଓଡିଶା ବିଜେପି ନେତାମାନେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ । କାରଣ ବିଜେପି ଶାସିତ ରାଜ୍ୟଗୁଡିକରେ ବିଦ୍ୟୁତ୍ ଦରବୃଦ୍ଧି ଓଡିଶାଠାରୁ ଢେର ଅଧିକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ଶାସିତ ବିହାରରେ ଚଳିତବର୍ଷ ମାର୍ଚ୍ଚ ୨୬ ରେ ବିଦ୍ୟୁତ୍ ଦର ୟୁନିଟ୍ ପିଛା ୩୫ ପଇସା ବଢ଼ିଥିବାବେଳେ ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଗତବର୍ଷ ୬୪ ପଇସା ବୃଦ୍ଧି ପାଇଥିଲା । ମଧ୍ୟପ୍ରଦେଶର ବିଜେପି ସରକାର ଗତବର୍ଷ ବିଦ୍ୟୁତ୍ ଦର ଢେର ଅଧିକ ପରିମାଣରେ ବଢ଼ାଇଥିଲେ । ସେହିଭଳି ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ଗତବର୍ଷ ନଭେମ୍ବର ୨୦ ତାରିଖରେ ବିଦ୍ୟୁତ ଦର ୟୁନିଟ୍ ପିଛା ୪୦ ପଇସା ବୃଦ୍ଧି ପାଇଥିଲା । ବିଜେପି ଅନ୍ୟ ରାଜ୍ୟଗୁଡିକରେ ବିଜୁଳି ଦର ବଢ଼ାଉଥିବାବେଳେ ରାଜ୍ୟ ବିଜେପି ଏହାକୁ ଯଥାର୍ଥ ବୋଲି ଦର୍ଶାଉଛି । କିନ୍ତୁ ଯେତେବେଳେ ଓଡିଶା କଥା ଆସୁଛି ସେତେବେଳେ ବିଜେପି ଗଳି କନ୍ଦିରେ ପ୍ରଦର୍ଶନ କରୁଛି । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ରାଜ୍ୟ ବିଜେପିର ଏଭଳି ଦୋମୁହାଁ ନୀତି ଓ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଲେନିନ କହିଛନ୍ତି ।

ବିଜେପି ଭଲଭାବେ ଜାଣିଛି ଓଡିଶା ସରକାର ବିଦ୍ୟୁତ ଦର ବଢ଼ାନ୍ତି ନାହିଁ । ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ( ଓଇଆରସି ) ଏକ ସ୍ବାଧୀନ ସଂସ୍ଥା । ସିଏ ହିଁ ବିଦ୍ୟୁତ୍ ଦରବୃଦ୍ଧି ସଂକ୍ରାନ୍ତରେ ନିଷ୍ପତ୍ତି ନେଇଥାଏ । ଏହା ଜାଣି ବି ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଶାର ସାମଗ୍ରିକ ବିକାଶ ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ । ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗରେ ବେଶ ସମ୍ବେଦନଶୀଳ । ବିଜେଡି ସରକାରକୁ ପରାମର୍ଶ ଦେବା ପୂର୍ବରୁ ଓଡ଼ିଶାର ବିଜେପି ନେତାମାନେ ବିଜେପି ଶାସିତ ରାଜ୍ୟରେ ବୃଦ୍ଧି ପାଇଥିବା ବିଦ୍ୟୁତ୍ ଦର ହ୍ରାସ ପାଇଁ ନିଜ ଦଳକୁ ପରାମର୍ଶ ଦିଅନ୍ତୁ ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.