ଭୁବନେଶ୍ବର: ରାଜ୍ୟ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନର୍ବାଚନ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିଛନ୍ତି । ଆସନ୍ତାକାଲି(ସୋମବାର) ନିର୍ବାଚନ ଆୟୋଗ ଡାକିଛନ୍ତି ସର୍ବଦଳୀୟ ବୈଠକ । ତେବେ ନିର୍ବାଚନ କମିଶନ ଅବାଧମୁକ୍ତ ହୋଇ ନିରପେକ୍ଷ ନିର୍ବାଚନ କରନ୍ତୁ ବୋଲି କହିଛି କଂଗ୍ରେସ ।
ସୋମବାର ହେବାକୁ ଥିବା ସର୍ବଦଳୀୟ ବୈଠକରେ କୋଭିଡ଼ ସଂକ୍ରମଣ ସମୟରେ ନିର୍ବାଚନ ପରିଚାଳନା ନେଇ ହେବ ଆଲୋଚନା । ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ଆଭିମୁଖ୍ୟ ରଖିବେ। ନିର୍ବାଚନରେ ପ୍ରଚାର ପ୍ରସାର, ଖର୍ଚ୍ଚ, ରାଲି ନେଇ ମଧ୍ୟ ଆଲୋଚନା ହେବ । ତେବେ ଏହାକୁ ନେଇ ମତ ରଖିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟନାୟକ ଏବଂ ଜଟଣୀ ବିଧାୟକ ସୁର ରାଉତରାୟ ।
ନିର୍ବାଚନ ପୂର୍ବରୁ ଶାସକ ଦଳ ଯେଉଁଭଳି ଭୋଟକୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଛନ୍ତି ତାହା ଠିକ ନୁହେଁ । ନିର୍ବାଚନ କମିଶନ ନିର୍ବାଚନକୁ କିଭଳି ଅବାଧ ,ଚାପମୁକ୍ତ ଏବଂ ସ୍ବଚ୍ଛ ପରିଚାଳନା କରିବେ ତା' ଉପରେ ବିଶେଷ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ