ETV Bharat / city

Municipal Election: BMCରୁ 8 ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର - 8 ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ପ୍ରତ୍ୟାହାର

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ୮ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଆଜି ୭ ଟି ଓ୍ବାର୍ଡ ରୁ ୮ ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଅଧିକ ପଢନ୍ତୁ

BMC ରୁ 8 ଜଣ ପ୍ରାର୍ଥୀ କଲେ  ନାମାଙ୍କନ ପତ୍ର ପ୍ରତ୍ୟାହାର

author img

By

Published : Mar 11, 2022, 10:14 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ୮ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଆଜି ୭ ଟି ଓ୍ବାର୍ଡ ରୁ ୮ ଜଣ କର୍ପୋରେଟର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନେଇଛନ୍ତି ।

ବିଏମସି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୯ ନମ୍ବର ଓ୍ବାର୍ଡରୁ ଶେଖ ନିଜାମ, ୭ ନମ୍ବର ଓ୍ବାର୍ଡରୁ ସୁଶିଲ କୁମାର ପଣ୍ଡା ଓ ମୃତ୍ୟୁଞ୍ଜୟ ଷଡଙ୍ଗୀ, ୧୧ ନମ୍ବର ଓ୍ବାର୍ଡରୁ ସ୍ମରଣିକା ମହାନ୍ତି, ୨୫ ନମ୍ବର ଓ୍ବାର୍ଡରୁ ଅକ୍ଷୟ କୁମାର ବାରିକ, ୧୯ ନମ୍ବର ଓ୍ବାର୍ଡରୁ ଜ୍ୟୋତ୍ସ୍ନା ରାଣୀ ରାଉତରାୟ, ୪୮ ନମ୍ବର ଓ୍ବାର୍ଡରୁ ଜ୍ୟୋତିର୍ମୟୀ ସାହୁ ଏବଂ ୨୨ ନମ୍ବର ଓ୍ବାର୍ଡରୁ ଦୌପଦ୍ରୀ ମଣି ସିଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଏଯାଏଁ ସମସ୍ତ ୧୨ ଜଣ ମେୟର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।

ବିଏମସିର 67 ଟି ୱାର୍ଡ ପାଇଁ କର୍ପୋରେଟର ପଦବୀ ଲାଗି ମୋଟ ୩୪୨ ଜଣ ଯୋଗ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଥିବାବେଳେ ଏଥିରୁ ୮ ଜଣ ପ୍ରାର୍ଥୀ ଆଜି ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରି ନେଇଛନ୍ତି । ଆସନ୍ତା ୧୪ ତାରିଖ ଅପରାହ୍ନ ୩ ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ସମୟ ଥିବା ବେଳେ, ସେହିଦିନ ୫ ଟା ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.