ETV Bharat / city

ସ୍ବପ୍ନେଶ୍ବର ମନ୍ଦିର ସଂରକ୍ଷଣ ସହ ରତ୍ନଚିରା ଐତିହ୍ୟର ପୁନରୁଦ୍ଧାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି - ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଇନଟାକ ପକ୍ଷରୁ ରତ୍ନଚିରା ଉପତ୍ୟକା ଓ ଐତିହ୍ୟ ରାଜିର ଅନୁସନ୍ଧାନ କରାଯାଇଥିଲା । ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତ୍ତୋମପୁର ଗ୍ରାମରେ ମାଟି ତଳୁ ୬-୭ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ସନ୍ଧାନ ମିଳିଛି । ଅଧିକ ପଢନ୍ତୁ...

Education Minister Dharmendra Pradhan
Education Minister Dharmendra Pradhan
author img

By

Published : Jul 29, 2021, 6:56 AM IST

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲାର ପିପିଲି ବୀରପୁରୁଷତ୍ତୋମପୁର ଗ୍ରାମର ସ୍ବପ୍ନେଶ୍ବର ମହାଦେବ ମନ୍ଦିରର ସଂରକ୍ଷଣ ଓ ରତ୍ନଚିରା ମୂହାଣରେ ଥିବା ଐତିହ୍ୟ ରାଜିର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଚିଠିରେ ଦାବି ।

PHOTO
ସ୍ବପ୍ନେଶ୍ବର ମନ୍ଦିର ସଂରକ୍ଷଣ ସହ ରତ୍ନଚିରା ଐତିହ୍ୟର ପୁନରୁଦ୍ଧାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଇନଟାକ ପକ୍ଷରୁ ରତ୍ନଚିରା ଉପତ୍ୟକା ଓ ଐତିହ୍ୟ ରାଜିର ଅନୁସନ୍ଧାନ କରାଯାଇଥିଲା । ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ବୀରପୁରୁଷତ୍ତୋମପୁର ଗ୍ରାମରେ ମାଟି ତଳୁ ୬-୭ ଶତାବ୍ଦୀର ଏକ ପ୍ରାଚୀନ ମନ୍ଦିର ସନ୍ଧାନ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏହି ମନ୍ଦିର ମହାଦେବଙ୍କ ପାଇଁ ସମର୍ପିତ ହୋଇ ସ୍ବପ୍ନେଶ୍ବର ମନ୍ଦିର ଭାବରେ ପରିଚିତ ଅଛି । ୧୩୦୦-୧୪୦୦ ବର୍ଷ ପୂର୍ବେ ଏହି ମନ୍ଦିର କଳିଙ୍ଗ କୀର୍ତିରାଜିର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ଆକଳନ କରାଯାଇଛି । ତେବେ ଏହି ମନ୍ଦିରର ଢାଞ୍ଚାର ସ୍ଥିତି ବିପଦଜ୍ଜନକ ଅବସ୍ଥାରେ ଥିବା ଧର୍ମେନ୍ଦ୍ର ଦର୍ଶାଇଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଏହାର ଶୀଘ୍ର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ଥିବା କହିଛନ୍ତି ।

ସେହିପରି ଧର୍ମେନ୍ଦ୍ର କହିଛନ୍ତି ରତ୍ନଚିରା ଉପତ୍ୟକାକୁ ନେଇ କିମ୍ବଦନ୍ତୀରେ ପ୍ରଭୁ ଶ୍ରୀରାମ ମାତା ସୀତାଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ତାଙ୍କ ମୁକ୍ତା ମୁଦିର ସାହାଯ୍ୟ ନେଇଥିଲେ । ସେଠାରେ ହିଁ ରତ୍ନଚିରା ନଦୀର ଉତ୍ପତ୍ତି ହୋଇଥିଲା । ରତ୍ନଚିରା ମୂହାଣ କଳିଙ୍ଗ କୀର୍ତ୍ତିରାଜିର ମହାନ ସ୍ଥଳ ଅଟେ । ଯାହା ଆଜି ପର୍ଯ୍ୟନ୍ତ ଇତିହାସରେ ଲିପିବଦ୍ଧ ରହିଛି ।

ତେଣୁ ଏହି ଐତିହାସିକ, ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ସ୍ଥାନର ମଧ୍ୟ ରକ୍ଷଣାବେକ୍ଷଣ କରିବା ଆବଶ୍ୟକତା ରହିଛି । ଏହାବାଦ ଏହାର ସଠିକ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଧର୍ମେନ୍ଦ୍ର ଅନୁରୋଧ କରିବା ସହ ବ୍ୟକ୍ତିଗତ ସ୍ତରରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.