ETV Bharat / city

Editor Of Private News Channel Arrested: ସରକାରଙ୍କ ଭୁଲ ଦେଖାଇବାରୁ ଗିରଫ: ଅର୍ଦ୍ଧେନ୍ଦୁ ଦାସ

author img

By

Published : Jun 30, 2022, 10:47 AM IST

Updated : Jun 30, 2022, 7:26 PM IST

ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା(EOW) । ଆର୍ଥିକ ଠକେଇ ମାମଲାରେ କିଛି ଦିନ ଧରି ତଦନ୍ତ ପରିସରରେ ଥିଲେ ଅର୍ଦ୍ଧେନ୍ଦୁ । ଘରୋଇ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଝାରପଡା ଜେଲ୍ ପଠାଗଲା । ଜୁଲାଇ ୧୩ ପର୍ଯ୍ୟନ୍ତ ଅର୍ଦ୍ଧେନ୍ଦୁଙ୍କୁ ବିଚାର ବିଭାଗୀୟ ହାଜତ ପଠାଗଲା । ଅଧିକ ପଢନ୍ତୁ

ସମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ
ସମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଭୁବନେଶ୍ବର: ଘରୋଇ ନ୍ୟୁଜ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (EOW)। ଏକ କ୍ରୟ ସମ୍ପର୍କିତ ଆର୍ଥିକ କାରବାରରେ ଅଭିଯୋଗରେ ଗତ କିଛି ଦିନ ଧରି ତଦନ୍ତ ପରିସରରେ ଥିବା ଅର୍ଦ୍ଧେନ୍ଦୁଙ୍କ ଗଣମାଧ୍ୟମ ସଂସ୍ଥାରେ ମଧ୍ୟ ଚଢାଉ କରିଥିଲା EOW । ତେବେ ଆଜି ତାଙ୍କୁ ଗିରଫ କରାଯାଇଛି ।

ସରକାରଙ୍କ ଭୁଲ ଦେଖାଇବାରୁ ଗିରଫ: ଅର୍ଦ୍ଧେନ୍ଦୁ ଦାସ

ପୂର୍ବରୁ ତାଙ୍କୁ ହାଜର ହେବା ପାଇଁ ସଂସ୍ଥା ପକ୍ଷରୁ ନୋଟିସ ମଧ୍ୟ ଜାରି କରାଯାଇଥିଲା । କିଛି କାରଣ ଦର୍ଶାଇ ସେ ରଥଯାତ୍ରା ପରେ ହାଜର ହେବା ନେଇ EOW କୁ ସମୟ ମାଗିଥିଲେ । EOW ଓ କମିଶନରେଟ ପୋଲିସରେ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ଏକାଧିକ ମାମଲା ଦାଏର ହୋଇଛି । ସମୟ ମାଗିବାସ ସତ୍ବେ ଆଜି ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ପ୍ରାୟ 1 କୋଟି ଟଙ୍କାର ଆର୍ଥିକ ଠକେଇ ମାମଲା ରୁଜୁ କରିଥିଲେ ଦିଲ୍ଲୀ (ନୋଏଡା)ର ଜଣେ ବ୍ୟବସାୟୀ । ଇଓଡବ୍ଲୁ କେସ ନମ୍ବର ୧୨/୨୨ରେ IPCର ଧାରା 406,420,467,468,471,120 B ରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।

ଠକେଇ ମାମଲାରେ ଓଡିଆ ଟିଭି ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ସୂଚନା ମୁତାବକ, ଗତ ୨୩ ତାରିଖରେ EOW ନିକଟରେ ଏହି ଠକେଇ ଅଭିଯୋଗ ହୋଇଥିଲା । ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟ ନାମକ ସଂସ୍ଥା ଅର୍ଦ୍ଧେନ୍ଦୁ ଦାସଙ୍କ ନାରେ ଟିଭି ସେଟ୍ ପାଇଁ ୯୨ ଲକ୍ଷ ଟଙ୍କାର ସାମଗ୍ରୀ ଅର୍ଡର କରିଥିଲେ । ଯାହକୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଭି.ଏଲ କାର୍ଗୋ କୋରିୟର ଜରିଆରେ ବଡଗଡ ଥାନା ଟଙ୍କପାଣି ନିକଟରେ ଥିବା ଟିଭି ଅଫିସରେ ପ୍ଲଟ ନମ୍ବର 1494/1524ରେ ରିସିଭ କରାଯାଇଥିଲା ।

ହେଲେ ଏନେଇ କେବଳ ୧୦ ଲକ୍ଷ ଆଡଭାନସ ଦେଇଥିଲେ । ଅବଶିଷ୍ଟ ଟଙ୍କା ପାଇଁ କିସ୍ତି ଆକାରରେ ଦେବାକୁ ଚୁକ୍ତି ହୋଇଥିବା କହିଛି ଅର୍ଦ୍ଧେନ୍ଦୁଙ୍କ ଗଣମାଧ୍ୟମ ସଂସ୍ଥା । ହେଲେ ବକେୟା ଟଙ୍କା ଦେଇ ନଥିବା ଏନେଇ ଦିଲ୍ଲୀ ବ୍ରଡକାଷ୍ଟ ଆଇଟି ଜିନିଷ ସପ୍ଲାୟ କରୁଥିବା ସଲ୍ୟୁସନ ବ୍ରଡକାଷ୍ଟର ମାଲିକ ଗଗନଦୀପ ସିଂ ଚାୱଲା ଅଭିଯୋଗ କରିଥିଲେ । ଯାହାକୁ ଆଧାରକରି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଦୁଇଥର ନୋଟିସ ପରେ ତୃତୀୟ ଥର ତାଙ୍କ ଘରେ ପହଞ୍ଚି ତଲାସି କରିଥିଲା । ପରେ ଆଜି ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।

ଅନ୍ୟପଟେ ଗିରଫ ପରେ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ନେଉଥିବା ବେଳେ, ଅର୍ଦ୍ଧେନ୍ଦୁ ଦାସ କହିଛନ୍ତି ତାଙ୍କ ଉପରେ ଆକ୍ରୋଶ ରଖି ଗିରଫ କରାଯାଇଛି । ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ଖବର ପ୍ରସାରଣ କରିଥିବାରୁ ଗିରଫ କରାଯାଇଛି । ସରକାରଙ୍କ ବିଭିନ୍ନ ଭୁଲ ତାଙ୍କ ଗଣମାଧ୍ୟମରେ ଖବର ପ୍ରସାରଣ କରିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି । ଆର୍ଥିକ କାରବାରକୁ ନେଇ ମଧ୍ୟ ଅର୍ଦ୍ଧେନ୍ଦୁ କହିଛନ୍ତି 13 ଲକ୍ଷ ଟଙ୍କା ଦେଇ ସାରିଛନ୍ତି, ଆଉ 10 ଲକ୍ଷ ଟଙ୍କା ବାକି ରହିଛି ଦେବାକୁ । ସେଥିପାଇଁ କଣ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ?

ତେବେ ଘରୋଇ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଝାରପଡା ଜେଲ୍ ପଠାଗଲା । ଜୁଲାଇ ୧୩ ପର୍ଯ୍ୟନ୍ତ ଅର୍ଦ୍ଧେନ୍ଦୁଙ୍କୁ ବିଚାର ବିଭାଗୀୟ ହାଜତ ପଠାଗଲା । ଟଙ୍କା ବକେୟା ମାମଲାରେ ଆଜି ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିଲା EOW । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2022, 7:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.