ଭୁବନେଶ୍ବର: ଲକଡାଉନ ଓ ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଅନୁମତି ପାଇଁ ଏଣିକି ଆଉ ପୋଲିସ ପାଖକୁ ଦୌଡିବାକୁ ପଡିବନି। କାରଣ ଟ୍ବିନିସିଟିରେ ଆଇଟି କିମ୍ବା ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ଘରୋଇ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଇ-ରେଜିଷ୍ଟ୍ରେସନ ଜରିଆରେ ମିଳିବ ଅନୁମତି।
ଏଥିପାଇଁ ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଏକ ତଥ୍ୟ ଯଥା କର୍ମଚାରୀଙ୍କ ନାମ ଓ ସେ ଯିବା ଆସିବାକୁ ଥିବା ସ୍ଥାନର ତଥ୍ୟ https://cp.erp.quocent.com/ଏହି ଲିଙ୍କରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଅନଲାଇନରେ ସେହି ଠାରୁ ଏକ ଅଥରାଇଜେସନ ଲେଟର ମିଳିବ । ଯାହାକୁ ଡ୍ୟୁଟିରେ ଥିବା କର୍ମଚାରୀ ନିଜ ଆଇଡି କାର୍ଡ ସହ ଦେଖାଇ ନିଜ କାମ କରିପାରିବେ। ଏହା କେବଳ ଟ୍ବିନସିଟି ପାଇଁ ପ୍ରଜୁଯ୍ୟ । ଯାହା କେବଳ ଅନୁମତି ଥିବା ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ