ETV Bharat / city

ବିନା ଅନୁମତିରେ କ୍ୟାନସର ମେଡିସିନ ବିକ୍ରି, ରାଜଧାନୀରେ ରେଡ ମାରିଲା ଡ୍ରଗ୍ସ ସ୍କ୍ବାର୍ଡ ଟିମ୍ - ଭୁବନେଶ୍ବରରେ ବେଆଇନ ଭାବେ କ୍ୟାନସର ମେଡିସିନ ବିକ୍ରି

କ୍ୟାନସର ରୋଗୀଙ୍କ ଜୀବନ ସହ ଖେଳ । ବିନା ଅନୁମତିରେ ବିଦେଶୀ କ୍ୟାନସର ମେଡିସିନ ବିକ୍ରି । ରାଜଧାନୀର ଏକ ମେଡିସିନ ଦୋକାନରେ ରେଡ୍ କଲା ଭୁବନେଶ୍ବର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ଅଧିକ ପଢନ୍ତୁ

ବିନା ଅନୁମତିରେ କ୍ୟାନସର ମେଡିସିନ ବିକ୍ରି, ରାଜଧାନୀରେ ରେଡ ମାରିଲା ଡ୍ରଗ୍ସ ସ୍କ୍ବାର୍ଡ ଟିମ୍

author img

By

Published : Mar 29, 2022, 9:19 AM IST

Updated : Mar 29, 2022, 9:39 AM IST

ଭୁବନେଶ୍ବର: କ୍ୟାନସର ରୋଗୀଙ୍କ ଜୀବନ ସହ ଖେଳ । ବିନା ଅନୁମତିରେ ବିଦେଶୀ କ୍ୟାନସର ମେଡିସିନ ବିକ୍ରି । ରାଜଧାନୀର ବିଭିନ୍ନ ଔଷଧ ଦୋକାନୀ ବିଦେଶୀ ଫାର୍ମାସୁଟିକାଲ କମ୍ପାନିର‌ ମେଡିସିନ ଚୋରାରେ ଆଣୁଛନ୍ତି ଏବଂ ଏହାକୁ ବେଆଇନ ଭାବେ ବିକ୍ରି କରୁଛନ୍ତି । ଯାହାପାଇଁ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲର ଅର୍ଗାନାଇଜେସନର ଅନୁମତି ମଧ୍ୟ ନାହିଁ । ସରକାରଙ୍କ ବିନା ସ୍ବୀକୃତିରେ ରାଜଧାନୀରେ ଏପରି ଦାମୀ କ୍ୟାନସର ମେଡିସିନ କଳାବଜାରି ନେଇ ସୁରାକ ପାଇବା ପରେ ରେଡ୍ ମାରିଛି ଭୁବନେଶ୍ବର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ।

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ସାମ୍ନାରେ ଥିବା ଓଁ ସାଇ ଫାର୍ମାସିଟକାଲସ(Om Sai Pharmaceuticals) ନାମକ ମେଡିସିନ ଦୋକାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ସ୍କ୍ବାର୍ଡ ଏହି ରେଡ୍ କରିଛନ୍ତି । ସୋମବାର ସନ୍ଧ୍ୟା ସମୟରେ ଅଚାନକ ମେଡିସିନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ବେଆଇନ ବିଦେଶୀ କ୍ୟାନସର ମେଡିସିନ ଜବତ କରିଛନ୍ତି । ମେଡିସନ ଦୋକାନୀ ଜଣକ ବଜାରରେ ବିକ୍ରି ପାଇଁ ସ୍ବୀକୃତିପ୍ରାପ୍ତ ମେଡିସିନ ଠାରୁ କମ୍ ଦରରେ ଏହି ମେଡିସିନ ସବୁ ବିକ୍ରି କରୁଥିଲେ ଏବଂ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ମୁନାଫା କମାଉଥିଲେ । ଏହି ମେଡିସିନ ସେବନ ଦ୍ବାରା ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପ୍ରଭାବିତ ହୋଇପାରେ । ଏନେଇ ଖବର ପାଇବା ମାତ୍ରେ ଓଁ ସାଇ ଫାର୍ମାସିଟକାଲସରେ ଚଢାଉ କରି ବିପୁଳ ପରିମାଣର ବେଆଇନ ମେଡିସିନ ଜବତ କରିଛନ୍ତି ଭୁବନେଶ୍ବର ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 29, 2022, 9:39 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.