ETV Bharat / city

ସୋସିଆଲ ମିଡିଆରେ ମହିଳାଙ୍କୁ ସହାୟତାର ହାତ ବଢାଉଥିବା ଲୋକଙ୍କୁ ସାବଧାନ ! - bhubaneswar news

ମହିଳାଙ୍କୁ ସହାୟତା ନାଁରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ନମ୍ବର । ଏଭଳି ଏକ ଫେକ୍‌ ମେସେଜକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

commissionrate police
ଫାଇଲ ଫଟୋ
author img

By

Published : Dec 6, 2019, 4:54 AM IST

ଭୁବନେଶ୍ବର: ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଉଛି । ସଡକ ଠାରୁ ସଂସଦ ସବୁଠି ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏମିତି ଏକ ଜଟିଳ ପରିସ୍ଥିତିରେ ସୋସିଆଲ ମିଡିଆ ଫେସବୁକ୍‌ ଓ ହ୍ବାଟସଆପ୍‌ରେ ଜୋରଦାର ଭାଇରାଲ ହେଉଛି ଏକ ମେସେଜ । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଆପଣ ଯଦି ଅସୁବିଧାରେ ପଡ଼ିଛନ୍ତି, ତାହାହେଲେ ଉକ୍ତ ନମ୍ବରରେ ଯୋଗାଯୋଗ କରନ୍ତୁ । ଆମେ ତମକୁ ସାହାଯ୍ୟ କରିବୁ ।

commissionrate police
ଫଟୋ ସୌଜନ୍ୟ: ଟ୍ବିଟର

ତେବେ ଏହି ମେସେଜକୁ ନେଇ ଆପତ୍ତି ଉଠାଇଛି କମିଶନରେଟ ପୋଲିସ । ଏଭଳି ମେସେଜ ଠାରୁ ଦୂରରେ ରହିବା ସହ ଏହାକୁ ବିଶ୍ବାସ ନକରିବାକୁ କମିଶନରେ ପୋଲିସ ପକ୍ଷରୁ ବାରଣ କରାଯାଇଛି । ଏଥିସହିତ ସୋସିଆଲ ମିଡିଆରେ ସହାୟତାର ହାତ ବଢାଉଥିବା ଲୋକଙ୍କ ପ୍ରତି ସାବଧାନ ରହିବାକୁ ପୋଲିସ ଉପଦେଶ ଦେଇଛି । ଯେଉଁମାନେ ଅସୁବିଧାରେ ପଡୁଛନ୍ତି ସେମାନେ ୧୦୦ ନମ୍ବରରେ ଡାଏଲ କରି ସହାୟତା ନିଅନ୍ତୁ । ଆଉ ଏଭଳି ଗୁଜବ ସୃଷ୍ଟିକାରୀଙ୍କ ଉପରେ ତୀକ୍ଷଣ୍‌ ନଜର ରଖାଯାଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାନୁସାରେ, ମହିଳାଙ୍କୁ ସହାୟତା ଦେବା ପାଇଁ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟକ୍ତିଙ୍କ ନମ୍ବର । ରାତିରେ ଅସୁବିଧାରେ ପଡ଼ିଲେ ସେହି ମୋବାଇଲ ନମ୍ବରରେ ଫୋନ୍‌ କରିବାକୁ ଉପଦେଶ ଦିଆଯାଉଛି । ତେଣୁ ଏଭଳି ମେସେଜ ପ୍ରତି ସାବଧାନ ରହି ପୋଲିସର ସହାୟତା ନିଅନ୍ତୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦେଶର ବିଭିନ୍ନ ରାଜ୍ୟରେ ଗଣଦୁଷ୍କର୍ମ ପରେ ହତ୍ୟା କୁ ନେଇ ସବୁ ଆଡେ ଉଦ୍‌ବେଗ ପ୍ରକାଶ ପାଇଛି। ଏହାକୁ ନେଇ ସଡକ ଠାରୁ ସଂସଦ ସବୁଆଡେ ଚର୍ଚ୍ଚା । ଏହି ସମୟରେ ସୋସିଆଲ ମିଡ଼ିଆ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ ରେ ଏକ ମେସେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଏହି ମେସେଜ ରେ କୁହାଯାଉଛି, ଅପଣ ଅସୁବିଧାରେ ଯଦି ପଡ଼ିଛନ୍ତି , ତାହାହେଲେ ଉକ୍ତ ନମ୍ୱରରେ ଯୋଗାଯୋଗ କରନ୍ତୁ। Body:ଆମେ ତମକୁ ସାହାଯ୍ୟ କରିବୁ , ଏମିତି ଏକ ମେସେଜ ଖୁବ ଭାଇରାଲ ହେଉଛି ।ଯାହାକୁ ନେଇ ଆପତି ଉଠାଇଛି କମିଶନରେଟ ପୋଲିସ ।କମିଶନରେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହି ମେସେଜ ପ୍ରତି ସାବଧାନ ରିବା ପାଇଁ ବାରଣ କରାଯାଇଛି । ଏହା ସହ ତେବେ ସୋସିଆଲ ମିଡିଆରେ ସହାୟତାର ହାତ ବଢ଼ାଉଥିବା ଲୋକଙ୍କଠାରୁ ସାବଧାନ ରହିବାକୁ ପୁଲିସ ଉପଦେଶ ଦେଇଛି। ଏ ସବୁ ପୋଷ୍ଟକୁ ବିଶ୍ୱାସ ନ କରିବାକୁ କମିଶନରେଟ୍ ପୁଲିସର ପରାମର୍ଶ ଦେଇଛି। ଯେଉଁମାନେ ଅସୁବିଧାରେ ପଡୁଛନ୍ତି ସେମାନେ ୧୦୦ ଡାଏଲ୍ କରି ସହାୟତା ନିଅନ୍ତୁ। ଗୁଜବ ସୃଷ୍ଟିକାରୀଙ୍କ ଉପରେ ତୀକ୍ଷିଣ ନଜର ରଖାଯାଇଛି ବୋଲି କମିଶନରେଟ ପୁଲିସ ପକ୍ଷରୁ କହୁହାଯାଇଛି।

Conclusion:ସୂଚନାଅନୁସାରେ ନାରୀଙ୍କୁ ସହାୟତା ଦେବା ପାଇଁ ସୋସିଆଲ ମିଡିଆରେ ଘୁରି ବୁଲୁଛି ବିଭିନ୍ନ ବ୍ୟକ୍ତି ଙ୍କ ନମ୍ବର। ରାତିରେ ଅସୁବିଧାରେ ପଡ଼ିଲେ ସେହି ମୋବାଇଲ ନମ୍ବରରେ ଫୋନ୍‌ କରିବାକୁ ଉପଦେଶ ଦିଆଯାଉଛି। କୌଣସି ଯୁବତୀ ଯଦି ଅସୁବିଧାରେ ପଡ଼ନ୍ତି, ତେବେ ସେମାନେ ତୁରନ୍ତ ଫୋନ୍ କରି ସହାୟତା ଲୋଡ଼ିବାକୁ ଆହ୍ୱାନ କରାଯାଇଛି। ଏଭଳି ମେସେଜ ପ୍ରତି ସାବଧାନ ରୁହନ୍ତୁ ପୋଲିସ ର ସହାୟତା ନିଅନ୍ତୁ ।

COMMISSIONERATE POLICE
@cpbbsrctc
A FB trend of some people posting their cell numbers offering help to women/girls has come to our notice.
Advice:
(a) Don’t rely on these posts.
(b) Dial 100 for our friendly & well-trained operators to attend you.
(c) give us feedback to improve our service.
@SarangiSudhansu

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.