ETV Bharat / city

ଲକଡାଉନରେ ମାଗଣା ସେବା, ଟ୍ୟାକ୍ସି ଡ୍ରାଇଭରଙ୍କୁ ସମ୍ବର୍ଦ୍ଧନା ଦେଲେ ଡାକ୍ତର - Doctors in spain clap for this taxi driver

ପୋଲିସ, ଡାକ୍ତରମାନେ କୋରୋନା ଯୁଦ୍ଧରେ ଅନବରତ ଲୋକଙ୍କ ସେବାରେ ବ୍ୟସ୍ତ । ହେଲେ ଏମାନଙ୍କ ଛଡା ଜଣେ ଟ୍ୟାକ୍ସି ଡ୍ରାଇଭର ମଧ୍ୟ ନିଃସ୍ବାର୍ଥପର ସେବାରେ ଲାଗିପଡିଛନ୍ତି । ଆଉ ତାଙ୍କୁ କରତାଳି ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି ହସପିଟାଲର ଡାକ୍ତରମାନେ । ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନରେ ।

ଲକଡାଉନରେ ମାଗଣା ସେବା, ଟ୍ୟାକ୍ସି ଡ୍ରାଇଭରଙ୍କୁ ସମ୍ବର୍ଦ୍ଧନା ଦେଲେ ଡାକ୍ତର

author img

By

Published : Apr 20, 2020, 11:04 AM IST

ପ୍ୟାରିସ: ସମଗ୍ର ବିଶ୍ବରେ ଚାଲିଛି କୋରୋନା ବିରୋଧରେ ଲଢେଇ । ଏହି ଯୁଦ୍ଧରେ ଅହରହ ଲୋକଙ୍କ ସେବାରେ ଲାଗିପଡିଥିବା ଡାକ୍ତର, ପୋଲିସ, ସଫେଇ କର୍ମଚାରୀଙ୍କ ପାଇଁ ଚାରିଆଡେ ପ୍ରଶଂସାର ସୁଅ ଛୁଟୁଛି । ହେଲେ ଏମାନଙ୍କ ଛଡା ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ନିକଟରେ ଜଣେ ଅଟୋ ଡ୍ରାଇଭର ପାଇଁ ମେଡିକାଲ ସମସ୍ତ କର୍ମଚାରୀ ତାଳି ମାରିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭଇରାଲ ହେଉଛି ।

ଟ୍ୟାକ୍ସି ଡ୍ରାଇଭରଙ୍କୁ ସମ୍ବର୍ଦ୍ଧନା ଦେଲେ ଡାକ୍ତର

ସୂଚନାନୁଯାୟୀ, ନିକଟରେ ସ୍ପେନର ଏକ ମେଡିକାଲରେ ଜଣେ ଟ୍ୟାକ୍ସି ଡ୍ରାଇଭର ପ୍ରବେଶ କରିଛନ୍ତି ମେଡିକାଲରେ ଥିବା ସମସ୍ତ ନର୍ସ, ଡାକ୍ତର, ୱାର୍ଡ ବଏ ଠୁ ଆରମ୍ଭ କରି ରୋଗୀଙ୍କ ପରିଜନ ସମସ୍ତେ ତାଙ୍କୁ କର ତାଳି ଦେଇ ସ୍ବାଗତ କରିଥିଲେ । ସେ ଯେତେ ପାଦ ଆଗକୁ ଯାଉଥିଲେ ସେତେ ତାଳି ସେତେ ବଢି ବଢି ଚାଲିଥିଲା ।

ଆଉ ଏହାର କାରଣ ଥିଲା ତାଙ୍କର ଅନବରତ ସେବା । ଅର୍ଥାତ ଯେବେଠୁ ମହାମାରୀ କୋଭିଡ-19 ତାର ତାଣ୍ଡବ ରଚିବା ଆରମ୍ଭ କରିଛି ସେବେଠୁ ଯେଉଁବ୍ୟକ୍ତି ମାନେ କୌଣସି ରୋଗରେ ମେଡିକାଲ ଯିବା ପାଇଁ ବାହାରିଛନ୍ତି ସେ ତାଙ୍କୁ ଟ୍ୟାକ୍ସିରେ ନେଇ ଆସନ୍ତି । ଆଉ ତା ପୁଣି ବିନା ମୂଲ୍ୟରେ । କାହାଠାରୁ ସେ ଆଜି ଯାଏ ଟଙ୍କାଟିଏ ବି ନେଇ ନାହାନ୍ତି । ତେବେ ମେଡିକାଲ କର୍ତ୍ତୃପକ୍ଷ ଏ ବିଷୟରେ ଜାଣିବା ପରେ ତାଙ୍କୁ ଫୋନ କରିଥିଲେ । ଯେ ଜଣେ ରୋଗୀ ସୁସ୍ଥ ହୋଇଯଇଛନ୍ତି ଆପଣ ତାଙ୍କୁ ତାଙ୍କ ଘରେ ନେଇ ଛାଡି ଆସନ୍ତୁ ।

ଏହାପରେ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ ତୁରନ୍ତ ମେଡିକାଲରେ ପହଞ୍ଚି ଯାଇଥିଲେ । ଆଉ ଯେତେବେଳେ ସେ ମେଡିକାଲରେ ପ୍ରବେଶ କରିଥିଲେ ସମସ୍ତେ ତାଙ୍କୁ କରତାଳି ଦେଇ ସ୍ବାଗତ କରିଥିଲେ । ଆଉ ଡ୍ରାଇଭର ଜଣଙ୍କ ଏ ବିଷୟରେ କିଛି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ । ଏପରିକି ଜଣେ ରୋଗୀଙ୍କ ସମ୍ପର୍କୀୟ ତାଙ୍କ ପକେଟରେ ଟଙ୍କା ରଖିଥିଲେ । କିନ୍ତୁ ସେ ଏହା ନେଇନଥିଲେ । ଆଉ କିଛି ଲୋକ ତାଙ୍କୁ ଧନ୍ୟବାଦ ଦେବାକୁ ଯାଇ ଏପରି କହିଥିଲେ ଯେ, ପ୍ରତ୍ୟେକ ମଣିଷ ଯଦି ଆପଣଙ୍କ ପରି ହୋଇଯିବେ ତେବେ ଦୁନିଆ ବହୁତ ସୁନ୍ଦର ହୋଇଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.