ଭୁବନେଶ୍ବର: ଭିଜିଲାନ୍ସ ଭାଙ୍ଗିଦେଲା ଡାକ୍ତରଙ୍କ ସ୍ବପ୍ନ। ନର୍ସିଂହୋମ କରିବାକୁ ରଖିଥିବା ଟଙ୍କା କଲା ଜବତ । ଲାଞ୍ଚ ନେଉଥିବା ବେଳେ ଚାରି ଛକ ମେଡିକାଲ ଡାକ୍ତର ସୁକାନ୍ତ କୁମାର ଜେନା ଗିରଫ । ଡାକ୍ତର ଜଣକ ଲାଞ୍ଚ ନେଇଥିବା ଅର୍ଥକୁ ସଞ୍ଚୟ କରି ସେହି ଟଙ୍କାରେ ନର୍ସିଂହୋମ ଗଢିବା ପାଇଁ ସ୍ବପ୍ନ ଦେଖୁଥିବା ଜଣାପଡ଼ିଛି ।
ସେ ସ୍ତ୍ରୀ ଓ ପ୍ରସୂତି ବିଭାଗର ହୋଇଥିବା ବେଳେ ଲାଞ୍ଚ ଟଙ୍କାକୁ କ୍ୟାସ ଆକାରରେ ଘରେ ସଞ୍ଚୟ କରି ରଖୁଥିଲେ । ପ୍ରାୟ ୧ କୋଟି ୧୨ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଭୁବନେଶ୍ବରର ଡିଭିଜନ ଜବତ କରିଛି । କେବଳ ସେତିକି ନୁହେଁ ଭୁବନେଶ୍ବରରେ ୨ଟି ପ୍ଲଟ ସହ ଗୋଟିଏ କାର ଜବତ କରିଛି ଭିଜିଲାନ୍ସ । ଏଥିସହ ଡାକ୍ତରଙ୍କ ୪୦ ଲକ୍ଷର ଇନସୁରାନ୍ସ ଡିପୋଜିଟର ସୁରାକ ପାଇଛି ଭିଜିଲାନ୍ସ । ତେବେ ସେ କିପରି ଟଙ୍କା ଆଣିଥିଲେ ତାଙ୍କର ରୋଜଗାରର ଉତ୍ସ କଣ ଥିଲା ସେ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରୁଛି ।
ତାଙ୍କ ପତ୍ନୀ ଜଣେ ଗୃହିଣୀ ହୋଇଥିବା ବେଳେ ଏତେ ପରିମାଣର ଟଙ୍କା କିପରି ଓ କାହିଁକି ଘରେ ରଖିଥିଲେ ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଏନେଇ ଭିଜିଲାନ୍ସ ଏସପି କହିଛନ୍ତି ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରିବୁ। ସୂଚନା ମୁତାବକ ଗତ ଵୁଧବାର ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କଠୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଡାକ୍ତରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ । ପରେ ତାଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ତନାଘନା ଚଳାଇଛି ଭିଜିଲାନ୍ସ ଟିମ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ