ETV Bharat / city

କୋରୋନା ପରେ ମାନସିକ ଭାବେ ରୁହନ୍ତୁ ଆଶ୍ବସ୍ତ: DMET - ଡିଏମଇଟି

କୋରୋନାରୁ ସୁସ୍ଥ ହେବା ପରେ ମାନସିକ ଭାବେ ଆଶ୍ବସ୍ତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି DMET ସିବିକେ ମହାନ୍ତି । ଅଧିକ ପଢ଼ନ୍ତୁ...

DMET CBK mohanty, DMET, post covid mental health, କୋରୋନା ପରେ ମାନସିକ ସ୍ଥିତି, ଡିଏମଇଟି, ସିବିକେ ମହାନ୍ତି
କୋରୋନା ପରେ ମାନସିକ ଭାବେ ରୁହନ୍ତୁ ଆଶ୍ବସ୍ତ: DMET
author img

By

Published : Jun 14, 2021, 9:56 PM IST

ଭୁବନେଶ୍ବର: ପୋଷ୍ଟ କୋଭିଡ ବା କୋରୋନା ପରେ ଲୋକଙ୍କ ମାନସିକ ସ୍ଥିତି ନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । କୋଭିଡ ପରେ ମାନସିକ ସ୍ତରରେ ଆଶ୍ବସ୍ତ ରହିବାକୁ ପରାମର୍ଶ ଦେଇଛନ୍ତି । ଯଦି କୌଣସି ଭୟ ଓ ଲକ୍ଷଣଙ୍କୁ ନେଇ ଆଶଙ୍କା ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କହିଛନ୍ତି DMET ।

କୋରୋନା ପରେ ମାନସିକ ଭାବେ ରୁହନ୍ତୁ ଆଶ୍ବସ୍ତ: DMET

ପୋଷ୍ଟ କୋଭିଡ ନେଇ ପ୍ରତିକ୍ରିୟା ଦେଇ DMET ସିବିକେ ମହାନ୍ତି କହିଛନ୍ତି ଯେ, କୋଭିଡ ପରେ ବହୁତ ରୋଗୀଙ୍କ ଦେହରେ ଦୁର୍ବଳତା, ଭୋକ ନହେବା, ବେଳେବେଳେ ଅଣନିଶ୍ବାସୀ ଲାଗିବା, ଚାଲିଲେ ଧଇଁସଇଁ ହେବା ପରି ଲକ୍ଷଣ ଦେଖାଯାଉଛି।

କିଛି ଲକ୍ଷଣ ଶାରୀରିକ ଓ କିଛି ଲକ୍ଷଣ ମାନସିକ ମଧ୍ୟ ରହୁଛି । କିନ୍ତୁ ଯଦି କାହାର ଶାରୀରିକ ଲକ୍ଷଣ ଦେଖାଯାଉଛି, ତେବେ ସେମାନେ ଡାକ୍ତରଖାନା ଆସନ୍ତୁ ଓ ନିଜକୁ ପରୀକ୍ଷା କରାଇ ନିଅନ୍ତୁ। ସବୁଠାରୁ ବଡ଼ କଥା ହେଉଛି ଲୋକମାନେ ମାନସିକ ସ୍ତରରେ ଆଶ୍ବସ୍ଥ ରୁହନ୍ତୁ। ସେମାନଙ୍କୁ ଆବଶ୍ୟକ ପଡ଼ିଲେ ଡାକ୍ତରୀ ଚିକିତ୍ସା ଦେବାରେ କୌଣସି ଅସୁବିଧା ନାହିଁ। ତେଣୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ଓ ପୁରୁଣା ଜୀବନ ଶୈଳୀକୁ ଫେରିବା ପାଇଁ ଚେଷ୍ଟା କରନ୍ତୁ ବୋଲି ସିବିକେ ମହାନ୍ତି କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.