ETV Bharat / city

ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ, ସ୍ବାଗତ କଲେ ମନ୍ତ୍ରୀ - ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ

ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ବିଷୟବସ୍ତୁ ସାମିଲ କରାଯିବ । ଏନେଇ ଏକ ଟାକ୍ସଫୋର୍ସ ଗଠନ କରାଯାଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ
ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ
author img

By

Published : May 30, 2021, 1:48 PM IST

ଭୁବନେଶ୍ବର: ବିପର୍ଯ୍ୟୟର ମୁକାବିଲା ପାଇଁ ଗତକାଲି(ଶନିବାର) ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ସ୍କୁଲ କଲେଜର ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀର ମୁକାବିଲା ପାଇଁ ପ୍ରାକ୍‌ ପ୍ରସ୍ତୁତିକୁ ଏକ ବିଷୟ ଭାବରେ ଗ୍ରହଣ କରିବାକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ସଂକଳ୍ପ ପାରିତ କରାଯାଇଛି । ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟ ବୃନ୍ଦ ପ୍ରମୁଖଙ୍କୁ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ।

ପିଲାଙ୍କୁ ମିଳିବ ବିପର୍ଯ୍ୟୟ ପରିଚାଳନା ତାଲିମ

ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣତାକୁ ଆଧାର କରି ଆମେ ଆଜି କୋରୋନାକୁ ମାତ୍ ଦେଇଛୁ । ଯେହେତୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ସେହି ଦୃଷ୍ଟିରୁ ପ୍ରତ୍ୟେକ ପରିବାରକୁ ଆବଶ୍ୟକତା ଅନୁସାରେ ସାହାଯ୍ୟ କରିବା ପାଇଁ ବିପର୍ଯ୍ୟୟ ମୁକାବିଲା ବିଷୟବସ୍ତୁ ସ୍କୁଲରୁ ପାଠ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ତାଲିମର ମଡ୍ୟୁଲ କ'ଣ ହେବ, କେଉଁ ଶ୍ରେଣୀରୁ ରହିବ, ଟାସ୍କଫୋର୍ସ ରିପୋର୍ଟ ଦେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.