ETV Bharat / city

ଗାଡି ଭିତରେ ଟିକା ଦେଉଛି ବିଏମସି

author img

By

Published : May 8, 2021, 5:31 PM IST

ନିଆରା ଢଙ୍ଗରେ ରାଜଧାନୀରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଦ୍ବିତୀୟ ଡୋଜର ଟୀକାକରଣ । ଟୀକାକରଣ କେନ୍ଦ୍ରରେ ପ୍ରବେଶ କରିବା କ୍ଷଣି ସେମାନେ କାର, ଟ୍ୟାକ୍ସି, ଅଟୋ ଏବଂ ବାଇକରେ ଆସୁଥିଲେ ସେହିଠାରେ ହିଁ ଟିକା ଦିଆଯାଉଛି । ଅଧିକ ପଢନ୍ତୁ...

ବିଏମସିର ନିଆରା ଟୀକାକରଣ, ଗାଡିରେ ଦିଆଯାଉଛି ଟିକା

ଭୁବନେଶ୍ୱର: ନିଆରା ଢଙ୍ଗରେ ରାଜଧାନୀରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଦ୍ବିତୀୟ ଡୋଜର ଟୀକାକରଣ । ଟୀକାକରଣ କେନ୍ଦ୍ରରେ ପ୍ରବେଶ କରିବା କ୍ଷଣି ସେମାନେ କାର, ଟ୍ୟାକ୍ସି, ଅଟୋ ଏବଂ ବାଇକରେ ଆସୁଥିଲେ ସେହିଠାରେ ହିଁ ଟିକା ଦିଆଯାଉଛି ।

ଟୀକାକରଣର ଏଭଳି ଏକ ପାଇଲଟ ପ୍ରକଳ୍ପ ଭାବେ ବିଏମସି ପକ୍ଷରୁ ଶନିବାର ରସୁଲଗଡ଼ ଏସପ୍ଲାନେଡ଼ ମଲରେ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଯେଉଁମାନେ ଦ୍ୱିତୀୟ ଡୋଜ ନେବେ ସେମାନେ ଅନଲାଇନ ବୁକିଙ୍ଗ କରି ସ୍ଲଟ ପାଇଲା ପରେ ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି । ଯିଏ ଯେଉଁ ଅବସ୍ଥାରେ ଆସିଛନ୍ତି ତାଙ୍କୁ ସେମିତି ଟିକା ପ୍ରଦାନ କରାଯାଇଛି । କାର ଭିତରେ ବସି, ମୋଟର ସାଇକେଲ ଉପରେ ବସି ଟିକା ଦିଆଯାଇଛି । ଏଭଳି ଏକ ନିଆରା ପଦକ୍ଷେପକୁ ସାଧାରଣ ଲୋକେ ସ୍ୱାଗତ କରିଛନ୍ତି । ସେଠାରେ ଏପରି ବ୍ୟବସ୍ଥାକୁ ଟିକା ନେବାକୁ ଆସିଥିବା ବ୍ୟକ୍ତି ମାନେ ଖୁସି ବ୍ୟକ୍ତ କରିଛନ୍ତି ।

ସେପଟେ ଆଜି ପ୍ରଥମ ପର୍ଯ୍ୟାୟରେ 200ରୁ ଉର୍ଦ୍ଧ୍ବ ଟୀକା ନେଇସାରିଛନ୍ତି, ଆଗକୁ ପୁଣି ଦ୍ୱିତୀୟାର୍ଦ୍ଧରେ ଟୀକାକରଣ ଚାଲିବ । ପାଖାପାଖି ୪୦୦ ଜଣଙ୍କୁ ଟୀକାକରଣରେ ସାମିଲ କରିବାକୁ ଚେଷ୍ଟା ଜାରି ରଖିଛୁ ବୋଲି ବିଏମସି ସାଉଥ ଇଷ୍ଟ ଯୋନ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.