ETV Bharat / city

୨୦୨୩ ସୁଦ୍ଧା ସରିବ ଧବଳେଶ୍ଵର ବ୍ରିଜ

author img

By

Published : Jun 30, 2022, 7:36 AM IST

ବିଜୁ ସେତୁ ଯୋଜନା ଅଧୀନରେ ନିର୍ମାଣ କରାଯାଉଛି ଧବଳେଶ୍ଵର ବ୍ରିଜ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ୨୦୨୩ ମସିହା ସୁଦ୍ଧା ବ୍ରିଜ ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

୨୦୨୩ ସୁଦ୍ଧା ସରିବ ଧବଳେଶ୍ଵର ବ୍ରିଜ
୨୦୨୩ ସୁଦ୍ଧା ସରିବ ଧବଳେଶ୍ଵର ବ୍ରିଜ

ଭୁବନେଶ୍ବର: ୨୦୨୩ ସୁଦ୍ଧା ସଂପୂର୍ଣ୍ଣ ହେବ ଧବଳେଶ୍ଵର ବ୍ରିଜ । ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବୁଧବାର କୃଷିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଉପରେ ନିର୍ମାଣାଧୀନ ଧବଳେଶ୍ଵର ପୋଲର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ବୈଠକରେ ବିଜୁ ସେତୁ ଯୋଜନା ଅଧୀନରେ କରାଯାଉଥିବା ବ୍ରିଜର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏହାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବ୍ରିଜର ଉଭୟ ପାର୍ଶ୍ଵର ୧୮୦ ମିଟର ଆପ୍ରୋଚ ରାସ୍ତା କାର୍ଯ୍ୟ ଚଳିତ ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ ହେବ ।

ଏଥିପାଇଁ ରାସ୍ତା ପାର୍ଶ୍ଵରୁ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫରମର୍ ସ୍ଥାନାନ୍ତରଣ ନିମନ୍ତେ ଟିପିସିଓଏଲ୍‌(TPCOL)ର ନିର୍ବାହୀ ଯନ୍ତ୍ରୀଙ୍କୁ ଓ ଗଛ କାଟିବା ନିମନ୍ତେ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଅନୁରୋଧ କରାଯିବ । ଗାର୍ଡର ନିର୍ମାଣ କାର୍ଯ୍ୟ ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ବେଳେ ବ୍ରିଜର ବାମପାଖ ସ୍ତମ୍ଭର ନିର୍ମାଣ କାର୍ଯ୍ୟ ମଧ୍ୟ ଅଗଷ୍ଟରେ ଶେଷ ହେବ । କଂକ୍ରିଟ୍ ସ୍ଲାବ୍‌ ନିର୍ମାଣ କାର୍ଯ୍ୟ ଅକ୍ଟୋବର ୨୦୨୨ରୁ ଆରମ୍ଭ ହୋଇ ଫେବୃଆରୀ ୨୦୨୩ ମସିହା ସୁଦ୍ଧା ଶେଷ କରାଯିବ। ଏଥି ସହିତ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ବର୍ତ୍ତମାନର ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ଉପଯୁକ୍ତ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟ ପ୍ରଦୀପ କୁମାର ସାମଲ, କଟକ ଡିଭିଜନ୍– ୨ର ଅଧୀକ୍ଷଣ ଯନ୍ତ୍ରୀ ସୋମନାଥ ପରିଡ଼ା, ଆଠଗଡ଼ର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର, ତିଗିରିଆର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପରମାଣିକଙ୍କ ସମେତ ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକ୍‌ସନ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସମରଜିତ ସାହୁ ଯୋଗଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.