ETV Bharat / city

ଦିନକରେ ରାଜ୍ୟରେ ସର୍ବାଧିକ 65 ମୃତ - ମୃତ୍ୟୁ ସଂଖ୍ଯା

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 65 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରେ ସର୍ବାଧିକ 65 ମୃତ
ଦିନକରେ ରାଜ୍ୟରେ ସର୍ବାଧିକ 65 ମୃତ
author img

By

Published : Jul 11, 2021, 11:04 AM IST

ଭୁବନେଶ୍ବର: ଚିନ୍ତା ବଢାଇଲାଣି ମୃତ୍ୟୁସଂଖ୍ୟା । ଦିନକୁ ଦିନ ବଢିବାରେ ଲାଗିଛି ମୃତ୍ୟୁ । ଆଜି ସବୁ ଦିନକୁ ଟପି ରେକର୍ଡ କରିଛି ମୃତ୍ୟୁସଂଖ୍ୟା । ଦିନକରେ 65 ଜଣଙ୍କ ଜୀବନ ନେଇଛି କୋରୋନା ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ 14 ଜଣଙ୍କ ଜୀବନ ଯାଇଛି ।

ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ 5ଜଣ, ବାଲେଶ୍ବରରୁ ଜଣେ, ବରଗଡରୁ 6, ଭୁବନେଶ୍ବରରୁ 8ଜଣ, ଜଗତସିଂହପୁର,ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ, କଟକ, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରୁ 3 ଜଣ, କେନ୍ଦ୍ରାପଡାରୁ 3 ଜଣ, କେନ୍ଦୁଝରରୁ, ପୁରୀ ଓ ଖୋର୍ଦ୍ଧାରୁ 6 ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ମୟୂରଭଞ୍ଜରୁ 5ଜଣ, ନୟାଗଡରୁ 4ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ 3ଜଣ କୋରୋନା ରୋଗୀ ଆଖି ବୁଜିଛନ୍ତି । ଆଜିର ମୃତକଙ୍କୁ ମିଶାଇ 4599କୁ ବୃଦ୍ଧି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.