ETV Bharat / city

ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ - death report

ଆଜି(ଗୁରୁବାର) ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହା ସହିତ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୭,୧୫୪କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
ଆଉ ୬୮ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ
author img

By

Published : Aug 19, 2021, 9:47 AM IST

ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ, ବଢୁଛି ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର) ୬୮ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହା ସହିତ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୭,୧୫୪କୁ ବୃଦ୍ଧି ହୋଇଛି ।

୬୮ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଗତସିଂହପୁରରୁ ୧୦, ଖୋର୍ଦ୍ଧାରୁ ୭, ଢେଙ୍କାନାଳରୁ ୬, ଭଦ୍ରକ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୋଳରୁ ୪, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଯାଜପୁରରୁ ୩ ଜଣ ଲେଖାଏଁ, ଗଞ୍ଜାମରୁ ୨ ଏବଂ ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

୧୦୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୧ ହଜାର ୩୧୬ ସୁସ୍ଥ ହୋଇ ସାରିଥିବା ବେଳେ ୯,୬୬୪ ଜଣ ଚିକିତ୍ସାଧୀନ ଅଛନ୍ତି । ସଂକ୍ରମଣ କମିଲେ ବି ବିପଦ ଟଳି ନାହିଁ । ମହାମାରୀକୁ ମୁକାବିଲା କରିବାକୁ ହେଲେ ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ । ବର୍ତ୍ତମାନ ତୃତୀୟ ଲହର ସଙ୍କଟ ନେଇ ଅଶଙ୍କାରେ ରାଜ୍ୟବାସୀ । କେବେଳ ସଚେତନତା ଓ ସତର୍କତା ହିଁ ତୃତୀୟ ଲହରକୁ ଏଡାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.