ETV Bharat / city

ରାଜ୍ୟରୁ ଦିନକରେ ପୁଣି 42 ଜୀବନ ନେଲା କୋରୋନା - ବଢୁଛି ମୃତ୍ୟୁସଂଖ୍ୟା

ରାଜ୍ୟରେ ଆଜି(ରବିବାର) ପୁଣି ଆଉ 42 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧା,କଟକ ଓ ଅନୁଗୋଳରୁ ସର୍ବାଧିକ 4 ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ପୁଣି 42ଜୀବନ ନେଲା କୋରୋନା
ପୁଣି 42ଜୀବନ ନେଲା କୋରୋନା
author img

By

Published : Jun 6, 2021, 12:00 PM IST

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣରେ ସମାନ୍ୟ ବ୍ରେକ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟା କମୁନାହିଁ । ରାଜ୍ୟରେ ଆଜି(ରବିବାର) ପୁଣି ଆଉ 42ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧା,କଟକ ଓ ଅନୁଗୋଳରୁ ସର୍ବାଧିକ 4ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 70ବର୍ଷୀୟ ପୁରୁଷ, 44ବର୍ଷୀୟ ମହିଳା ,ଜଣେ 85 ବର୍ଷୀୟ ପୁରୁଷ ଓ 60ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ ଜଣେ 60ବର୍ଷୀୟ ମହିଳା ଓ ଜଣେ 35ବର୍ଷୀୟ ପୁରୁଷ ଓ ଜଣେ 36 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ବରଗଡରରୁ ଜଣେ 59ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ଜଣେ 52ବର୍ଷୀୟ ମହିଳା, ଜଣେ 67ବର୍ଷୀୟ ପୁରୁଷ, ଜଣେ 62ବର୍ଷୀୟ ପୁରୁଷ ଓ ଜଣେ 60ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଛି । ସେହିପରି କଟକରୁ ଜଣେ 56, 45 ଓ 74ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଦେଓଗଡରର ଜଣେ 64ବର୍ଷୀୟ, ଦୁଇଜଣ 65ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେପଟେ ଗଜପତିରୁ ଜଣେ 70ବର୍ଷୀୟ ପୁରୁଷ ଯାଜପୁରରୁ ଜଣେ 83ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ଜଣେ 65ବର୍ଷୀୟ ମହିଳା ଓ ଜଣେ 47ବର୍ଷୀୟ ପୁରୁଷ ଓ ଜଣେ 38ବର୍ଷୀୟ ପୁରୁଷଙ୍କର ମୃ୍ତ୍ୟୁ ହୋଇଛି ।

ସେହିପରି ଜଗତସିଂହପୁରରୁ ଜଣେ 55ବର୍ଷୀୟ ମହିଳା ଜଣେ 42ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ ଦୁଇଜଣ 60ବର୍ଷୀୟ ପୁରୁଷ, ଜଣେ 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ ଜଣେ 39ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କୋରାପୁଟରୁ ଜଣେ 40ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ମାଲକାନଗିରିରୁ ଜଣେ 40ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ ଜଣେ 45ବର୍ଷୀୟ ପୁରୁଷ,ଜଣେ 63ବର୍ଷୀୟଙ୍କ ମୃତ୍ୟୁ ହୋଇଥିବାବେଳେ ନୂଆପଡାରୁ ଜଣେ 55ବର୍ଷୀୟ ମହିଳା,ପୁରୀରୁ ଜଣେ 61ବର୍ଷୀୟ ପୁରୁଷଙ୍କର ଜୀବନ ଯାଇଥିବାବେଳେ ରାୟଗଡାରୁ 44ବର୍ଷୀୟ ଓ 35ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ଜଣେ 52ବର୍ଷୀୟ ମହିଳା ଓ ଜଣେ 50ବର୍ଷୀୟ ପୁରୁଷ କୋରୋନାରେ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା 2ହଜାର 994କୁ ବୃଦ୍ଧି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.