ETV Bharat / city

STATE CORONA DEATH: ଆଜି ଆଉ ୫୬ ମୃତ - କିଲର କୋରୋନା

ରାଜ୍ୟରେ କମିବାର ନାଁ ନେଉନାହିଁ ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରେ ଆଉ ୫୬ ଜଣଙ୍କ ମୁଣ୍ଡ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଆଜି ଆଉ ୫୬ ଆକ୍ରାନ୍ତ ମୃତ
ଆଜି ଆଉ ୫୬ ଆକ୍ରାନ୍ତ ମୃତ
author img

By

Published : Jul 20, 2021, 9:52 AM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ ମୃତ୍ୟୁସଂଖ୍ୟା । ଆଜି ରାଜ୍ୟରେ ଆଉ 56 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5172କୁ ବୃଦ୍ଧି ହୋଇଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୯୩୫କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 19 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 8 ଜଣ ଥିବାବେଳେ ବରଗଡ଼ ଓ ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ପୁରୀରୁ ୩ ଜଣ ଲେଖାଏଁ, ମାଲକାନଗିରିରୁ ୨ ଏବଂ କଟକ, ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବରଗଡ଼ରେ ସମୁଦାୟ ୨୫୪, କଟକରେ ୩୧୫, ଦେବଗଡ଼ରେ ୩୬, ଗଞ୍ଜାମରେ ୪୨୨, କଳାହାଣ୍ଡିରେ ୧୯୩, କେନ୍ଦ୍ରାପଡ଼ାରେ ୧୧୪, କେନ୍ଦୁଝରରେ ୯୫, କୋରାପୁଟରେ ୬୮, ମାଲକାନଗିରିରେ ୪୨, ମୟୂରଭଞ୍ଜରେ ୧୯୧, ପୁରୀରେ ୩୧୦, ସମ୍ବଲପୁରରେ ୧୫୪ ଓ ସୁନ୍ଦରଗଡ଼ରେ ୪୪୮କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି। ଆଜି ୨ ହଜାର ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 50ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ବର୍ତ୍ତମାନ ରାଜ୍ୟରେ 9 ଲକ୍ଷ ପରେ ରହିଛି ସୁ୍ସ୍ଥଙ୍କ ସଂଖ୍ୟା । ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.