ETV Bharat / city

ସତ ହେଲା ଅନୁମାନ, ଖୋଲିବନି ପ୍ରାଥମିକ ସ୍କୁଲ

ଯାହା ଅନୁମାନ କରାଯାଉଥିଲା ସତ ହେଲା । ପ୍ରଥମକୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି (primary school reopens postponed ) । ଅଧିକ ପଢନ୍ତୁ

author img

By

Published : Jan 2, 2022, 11:13 AM IST

Updated : Jan 2, 2022, 11:58 AM IST

ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ
ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ସତ ହେଲା । ପ୍ରଥମକୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି (primary school reopens postponed )। ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ । ଆସନ୍ତାକାଲି(ସୋମବାର) ଠୁ ୨୩ ହଜାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିବାବେଳେ ବାକି ୩୦୯୩ ବିଦ୍ୟାଳୟକୁ ଜାନୁଆରୀ ୧୦ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା ।

ସତ ହେଲା ଅନୁମାନ, ଖୋଲିବନି ପ୍ରାଥମିକ ସ୍କୁଲ

ରାଜ୍ୟରେ ଦୁଇଦିନ ହେବ କୋରୋନା ସଂକ୍ରମଣ ଉପରମୁହାଁ ରହିଛି । ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡ଼ିତ ବ୍ୟକ୍ତି ବିଶେଷମାନଙ୍କ ସହିତ ଆଲୋଚନା କରିଛନ୍ତି । ସାଂପ୍ରତିକ ସ୍ଵାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ବିଗତ ଦୁଇଦିନ ମଧ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ରିପୋର୍ଟକୁ ନେଇ ପିଲାମାନଙ୍କ ବୃହରର ସ୍ଵାସ୍ଥ୍ୟଗତ ହିତକୁ ଧ୍ୟାନରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଗତ ଦୁଇ ତିନି ରାଜ୍ୟରେ କୋରୋନା ସଂକ୍ରମଣ ବଢିଛି। ସଂକ୍ରମଣ ସଂଖ୍ୟା ଦ୍ବିଗୁଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓ ନୋଡାଲ ଅଫିସର ମାନଙ୍କ ରିପୋର୍ଟକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆ ହୋଇଛି । ସେ ଆହୁରି କହିଛନ୍ତି ପିଲାମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ଆଣିଥିଲେ। ସ୍କୁଲ୍ ଖୋଲିବା ନେଇ କିଛି ଅଭିଭାବକ ଅସନ୍ତୁଷ୍ଟ ଥିଲେ। ପ୍ରାଥମିକ ସ୍କୁଲ୍ ଆସନ୍ତାକାଲି ଠାରୁ ନଖୋଲିଲେ ବି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠପଢ଼ା ଚାଲିଥିଲା ସେମିତି ଚାଲିବ। ଜାନୁଆରୀ ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ମଧ୍ୟ ହେବ। ସେଥିରେ କିଛି ବ୍ୟତିକ୍ରମ ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଯୋଗ୍ୟ, ଆଜି ଆସିଥିବା କୋରୋନା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଶନିବାର ଆସିଥିବା ରିପୋର୍ଟରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ ରଖିବା ଯଥାର୍ଥ ବୋଲି କୁହାଯାଇପାରିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ

Last Updated : Jan 2, 2022, 11:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.